ଆସନ୍ତୁ ଜାଣିବା ଅଣ୍ଡା ଏବଂ ସୋୟାବିନ ମଧ୍ୟରୁ କେଉଁଥିରେ ଅଧିକ ପ୍ରୋଟିନ୍ ଥାଏ

ସ୍ବାସ୍ଥ୍ୟ ଠିକ୍ ରହିଲେ ଆମେ ଫୂର୍ତ୍ତି ଅନୁଭବ କରିଥାଉ । ତେଣୁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ସୁସ୍ଥ ରହିବାକୁ ହେଲେ ଆମକୁ ପ୍ରୋଟିନଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି  । ହେଲେ କିଛି ଖାଦ୍ୟ ଆମକୁ ପସନ୍ଦ ହୋଇନଥାଏ । କିନ୍ତୁ ସେହି ସବୁ ଖାଦ୍ୟ ଆମ ଶରୀର ଉପଯୋଗୀ ହୋଇଥାଏ । ପ୍ରୋଟିନଯୁକ୍ତ ଖାଦ୍ୟ କେବଳ ସ୍ବାସ୍ଥ୍ୟକୁ ନୁହେଁ ବରଂ ଆମ ନଖ, କେଶ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ପ୍ରୋଟିନ ଆମ ମାଂସପେଶୀ ବୃଦ୍ଧି ପାଇଁ ସର୍ବୋତ୍ତମ ଉତ୍ସ । କିନ୍ତୁ ଅନେକ ସମୟରେ ଅଧିକାଂଶ ଲୋକେ ଅଣ୍ଡା ଏବଂ ସୋୟାବିନ ମଧ୍ୟରୁ କେଉଁଥିରେ ଅଧିକ ପ୍ରୋଟିନ୍ ଥାଏ ଜାଣିପାରିନଥାନ୍ତି । ତେବେ ଆଜି ଆପଣଙ୍କୁ ସେ ସମ୍ପର୍କରେ ଆଜି ଜଣାଇବୁ ।

ବର୍ତ୍ତମାନ ସମୟରେ ଫିଟ୍ ରହିବା ପାଇଁ ଯୁବପିଢିମାନେ ସେମାନଙ୍କ ବ୍ରେକଫାଷ୍ଟରେ ଅଣ୍ଡାକୁ ସାମିଲ କରିଥାଆନ୍ତି ।  ସେହିପରି ଯେତେବେଳେ ଭେଜ୍ କଥା ଉଠେ ସେତେବେଳେ ପ୍ରଥମେ ପ୍ରୋଟିନର ଉତ୍ସ ଭାବେ ସୋୟାବିନକୁ ବାଛିଥାଉ । ଉଭୟ ଖାଦ୍ୟ ସ୍ବାଦିଷ୍ଟ ହୋଇଥିବା ସହ ଅନେକ ପୋଷକ ତତ୍ତ୍ବରେ ଭରପୂର । ତେଣୁ ଆପଣ ଭେଜିଟେରିଆନ୍ ହୁଅନ୍ତୁ ବା ନନଭେଜିଟେରିଆନ ଆପଣଙ୍କ ଖାଦ୍ୟରେ ପ୍ରୋଟିନଯୁକ୍ତ ଖାଦ୍ୟ ସାମିଲ କରିବା ଜରୁରୀ ।

ଅଣ୍ଡାରେ କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ୍, ପୋଟାସିୟମ, ସେଲେନିୟମ୍, ଫ୍ଲୋରାଇଡ୍, ଫୋଲେଟ୍, ଭିଟାମିନ୍ ବି୧୨, ଭିଟାମିନ୍ ଏ, ରେଟିନୋଲ୍, ଲ୍ୟୁଟିନ୍-ଜିଆକ୍ସାନ୍ଥିନ, ଭିଟାମିନ୍ ଇ, ଭିଟାମିନ୍ ଡି୨ ଏବଂ ଡି୩ ର ଏକ ଉତ୍ସ । ଯାହା ହାର୍ଟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଅଣ୍ଡାରେ ମଧ୍ୟ ସାଚୁରେଟେଡ୍ ଫ୍ୟାଟ୍ ଥାଏ ।

ଅଣ୍ଡା ଖାଇବା ଦ୍ବାରା କେବଳ ପ୍ରୋଟିନ୍ ମିଳେ ନାହିଁ ବରଂ ଭିଟାମିନ୍ D ର ମଧ୍ୟ ଏକ ଉତ୍ସ । ଯାହା ହାଡ଼ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଭିଟାମିନ୍ ବି୧୨ ଥିବାରୁ ଏହା ଲାଲ ରକ୍ତ କୋଷ ଗଠନ କରିବାରେ ସାହାଯ୍ୟ କରେ । କଞ୍ଚା ଅଣ୍ଡା ଅପେକ୍ଷା ରନ୍ଧା ଅଣ୍ଡାରୁ ପ୍ରାୟ ୯୧% ଅଧିକ ପ୍ରୋଟିନ୍ ଆମ ଶରୀର ଗ୍ରହଣ କରିଥାଏ ।

ସେହିପରି ସୋୟାବିନ୍ ପ୍ରୋଟିନର ଏକ ଉତ୍କୃଷ୍ଟ ନିରାମିଷ ଉତ୍ସ । ସୋୟାବିନରେ ସମସ୍ତ ୯ଟି ଅତ୍ୟାବଶ୍ୟକ ଆମିନୋ ଏସିଡ୍ ଥାଏ । ଯାହା ଶରୀର ନିଜେ ବନାଇପାରିନଥାଏ । ସୋୟାବିନରେ କ୍ୟାଲସିୟମ, ଆଇରନ, ପୋଟାସିୟମ, ମ୍ୟାଗ୍ନେସିୟମ, ଫସଫରସ୍, ଜିଙ୍କ, ତମ୍ବା, ସେଲେନିୟମ, ମାଙ୍ଗାନିଜ, ଭିଟାମିନ ସି ଏବଂ ବି ,ବି୬ ଭଳି ଅନେକ ପୋଷକ ତତ୍ତ୍ବ ଥାଏ । ଏଥିରେ କମ୍ ପରିମାଣରେ ଭିଟାମିନ A ଏବଂ E ମଧ୍ୟ ଥାଏ । ସୋୟାବିନ ମଧ୍ୟ ଭିଟାମିନ Kର ଏକ ଉତ୍ସ । ଏଥିରେ କୌଣସି ସାଚୁରେଟେଡ୍ ଚର୍ବି ନ ଥାଏ । ଏହା ମାଂସପେଶୀ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏଥିରେ ଫାଇବର ଭରପୂର ମାତ୍ରାରେ ଥିବାରୁ ପାଚନ ପ୍ରକ୍ରିୟାକୁ ପ୍ରୋତ୍ସାହନ କରେ । ଏହା ଭଲ କୋଲେଷ୍ଟ୍ରୋଲକୁ ମଧ୍ୟ ପ୍ରୋତ୍ସାହନ କରେ । ଅଣ୍ଡାରେ କିଛି ପରିମାଣରେ ପୋଷକ ତତ୍ତ୍ବ କମ୍ ଥିବାବେଳେ ସୋୟାବିନରେ କିଛି ପରିମାଣର ପୋଷକ ତତ୍ତ୍ବ କମ୍ ଥାଏ । ତେଣୁ ଉଭୟ ଖାଦ୍ୟକୁ ସୀମିତ ପରିମାଣରେ ଖାଇବା ଲିଷ୍ଟରେ ଆଡ୍ କରନ୍ତୁ ।

Leave a comment