ରଙ୍ଗୀନ କେକ୍ , ଆଇସ୍ କେକ୍ ଏବଂ କଷ୍ଟମାଇଜ୍ କେକ୍ କର୍କଟ ରୋଗର କାରଣ

ଜନ୍ମଦିନ ହେଉ କି ବିବାହ ବାର୍ଷିକୀ ଆମେ ପ୍ରତିଟି ସେଲିବ୍ରେସନର ମୁହୂର୍ତ୍ତରେ କେକ୍ କାଟିବାକୁ ପସନ୍ଦ କରୁ । ଏପରି କୌଣସି ବ୍ୟକ୍ତିବିଶେଷ ନାହାନ୍ତି ଯାହାଙ୍କୁ କେକ୍ ଖାଇବାକୁ ଭଲ ନ ଲାଗେ । ଆଜିକାଲି ବଜାରରେ ଅନେକ ଭେରାଇଟିର କେକ୍ ମିଳୁଛି ଯେମିତିକି ରଙ୍ଗୀନ କେକ୍ , ଆଇସ୍ କେକ୍ ଏବଂ କଷ୍ଟମାଇଜ୍ କେକ୍ । ନିଜ ପସନ୍ଦ ଅନୁସାରେ ଗ୍ରାହକ ଏହି କେକ୍ ସବୁକୁ କିଣି ନିଅନ୍ତି । କିନ୍ତୁ ନିକଟରେ ଏହି ରଙ୍ଗବେରଙ୍ଗର କେକ୍ ବିଷୟରେ ଏକ ଚକିତ କରିଦେଲା ଭଳି ରିପୋର୍ଟ ସାମ୍ନାକୁ ଆସିଥିଲା । କର୍ଣ୍ଣାଟକ ସରକାରଙ୍କ ଖାଦ୍ୟ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁସାରେ , ୨୩୫ ଟି କେକ୍ ନମୁନାରୁ ୧୨ ଟି ନମୁନାରେ କ୍ଷତିକାରକ ରାସାୟନିକ ପଦାର୍ଥ ଚିହ୍ନଟ କରାଯାଇଥିଲା । ଯାହା କର୍କଟ ରୋଗର କାରଣ ହୋଇଥାଏ । ଏହି ୧୨ ଟି ନମୁନାରୁ ଅଲ୍ଲୁରା ରେଡ୍ , ସନସେଟ୍ ୟେଲୋ ଏଫସିଏଫ୍ , ପୋନ୍ସେଉ ୪ ଆର୍ , ଟାର୍ଟ୍ରାଜିନ୍ ଏବଂ କାର୍ମୋଏସିନ୍ ଭଳି କୃତ୍ରିମ ରଙ୍ଗ ମିଳିଥିଲା । ଦୁର୍ଭାଗ୍ୟର କଥା ହେଉଛି ଏହି ରାସାୟନିକ ପଦାର୍ଥ ସବୁ କେକରେ ଥିବା ସହ ଏହାର ମାତ୍ରା ମଧ୍ୟ ଅଧିକ ପଡ଼ିଥିଲା । ପ୍ୟାକେଟ୍ କେକ୍ ଏବଂ ବେକ୍ ହୋଇଥିବା କେକରେ ଟ୍ରାନ୍ସ ଫ୍ୟାଟ୍ ବ୍ୟବହାର କରାଯାଏ । ଯାହା ସୁସ୍ଥ ଶରୀର ପାଇଁ ସ୍ଲୋ ପଏଜନ୍ ସଦୃଶ । ଟ୍ରାନ୍ସ ଫ୍ୟାଟ୍ ଶରୀରରେ ହୃଦରୋଗ ଏବଂ କର୍କଟ ରୋଗର ଆଶଙ୍କା ବଢ଼ାଇଥାଏ । ଏଭଳି କଲରଫୁଲ୍ କେକ୍ ଖାଇବା ଦ୍ବାରା ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୁଏ । ବଜାରରେ ମିଳୁଥିବା ଅଧିକାଂଶ କେକରେ କୃତ୍ରିମ ରଙ୍ଗ ଏବଂ ଫ୍ଲେଭର୍ ବ୍ୟବହାର କରାଯାଏ । ଯେତେବେଳେ ଦୀର୍ଘ ସମୟ ଧରି ରଙ୍ଗୀନ କେକ୍ ସେବନ କରାଯାଏ, ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼େ ଏବଂ କର୍କଟ ଭଳି ଗମ୍ଭୀର ରୋଗର କାରଣ ମଧ୍ୟ ହୋଇଥାଏ । କେକ୍‌କୁ ଦୀର୍ଘ ସମୟ ଧରି ତାଜା ଏବଂ ନରମ ରଖିବା ପାଇଁ ଏଥିରେ ହାଇଡ୍ରୋଜେନେଟେଡ୍ ତେଲ ବ୍ୟବହାର କରାଯାଏ, ଯାହା ଶରୀରରେ ଟ୍ରାନ୍ସ-ଫ୍ୟାଟ୍ସର ସ୍ତର ବଢ଼ାଏ । ହାଇଡ୍ରୋଜେନେଟେଡ୍ ତେଲର ବ୍ୟବହାର ଶରୀରରେ ଫୁଲା ସମସ୍ୟା ସୃଷ୍ଟି କରିପାରେ । ଏହା ହୃଦୟ ପାଇଁ ମଧ୍ୟ ବିପଜ୍ଜନକ ହୋଇଥାଏ ।

Leave a comment