ଆଲୁମିନିୟମ୍ ଫଏଲ୍ରେ ଖାଦ୍ୟ ଗୁଡ଼ାଉଛନ୍ତି କି? ଅଧିକାଂଶ ଘରେ ବଳକା ରୋଟି ଗୁଡ଼ାଇବା, ପନିପରିବା ଘୋଡ଼ାଇ ରଖିବା କିମ୍ବା ମଧ୍ୟାହ୍ନ ଭୋଜନ ବାକ୍ସ ପ୍ୟାକ୍ କରିବା ପାଇଁ ଆଲୁମିନିୟମ୍ ଫଏଲ୍ ବ୍ୟବହାର କରିବା ସାଧାରଣ କଥା। ବିଶ୍ବାସ ଯେ ଏଥିରେ ଖାଧ୍ୟ ଗୁଡ଼ାଇ ରଖିଲେ ଗରମ ସହିତ ଖାଦ୍ୟ ନଷ୍ଟ ହୁଏ ନାହିଁ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ? ଆସନ୍ତୁ ଏହି ବିଷୟରେ ଜାଣିବା।ଡିସେମ୍ବର ୨୦୨୪ରେ “ଫୁଡ୍ ବାୟୋସାଇନ୍ସ” ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଯେତେବେଳେ ମାଛକୁ ଆଲୁମିନିୟମ ଫଏଲରେ ଉଚ୍ଚ ତାପମାତ୍ରାରେ ଭାଜି ଦିଆଯାଏ ସେତେବେଳେ ଫଏଲର ଧାତୁ ମାଛ ଭିତରକୁ ଚାଲିଯାଏ। ଗବେଷକମାନେ ଜାଣିପାରିଲେ ଯେ ଯେତେ ଅଧିକ ଫଏଲ ବ୍ୟବହାର କରାଯାଏ ଖାଦ୍ୟରେ ସେତେ ଅଧିକ ଧାତୁ ଶୋଷିତ ହୁଏ। ଅନ୍ୟ ଏକ ଅଧ୍ୟୟନରେ ବେକିଂ ସମୟରେ ଆଲୁମିନିୟମ୍ ଫଏଲ୍ ଖାଦ୍ୟକୁ କିପରି ପ୍ରଭାବିତ କରେ ତାହା ଦେଖାଯାଇଥିଲା। ଏଥିରେ ଦେଖାଯାଇଥିଲା ଯେ ସାଲମନ, ମ୍ୟାକେରେଲ୍, ଚିକେନ୍, ପୋର୍କ, ଟମାଟୋ ଏବଂ ପନିର ଭଳି ଅନେକ ଖାଦ୍ୟ ସାମଗ୍ରୀରେ ଆଲୁମିନିୟମ୍ ପରିମାଣ ୪୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।ଏହି ପରିପ୍ରେକ୍ଷୀରେ ଡାକ୍ତରମାନେ କୁହନ୍ତି ଯେ ଆଲୁମିନିୟମ୍ ଫଏଲ୍ ଏବଂ ପାତ୍ରର ଅନୁପଯୁକ୍ତ ବ୍ୟବହାର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ। ବିଶେଷଜ୍ଞମାନେ କୁହନ୍ତି ଯେ ଆଲୁମିନିୟମ୍ ଟମାଟୋ, ଲେମ୍ବୁ, ଭିନେଗାର, ଆଚାର ଏବଂ ତରକାରୀ ଯଥା ଖଟା, ଲୁଣିଆ ଏବଂ ମସଲାଯୁକ୍ତ ଖାଦ୍ୟ ସହିତ ବିଶେଷ ଭାବରେ ତୀବ୍ର ପ୍ରତିକ୍ରିୟା କରେ। ଯେତେବେଳେ ଏପରି ଖାଦ୍ୟ ଫଏଲ୍ କିମ୍ବା ଆଲୁମିନିୟମ୍ ପାତ୍ରରେ ରନ୍ଧାଯାଏ, ସେତେବେଳେ ଧାତୁ ଖାଦ୍ୟ ଭିତରକୁ ଯାଇପାରେ। ଡାକ୍ତରମାନେ ସତର୍କ କରାଇ ଦେଇଛନ୍ତି ଯେ ଦୀର୍ଘ ସମୟ ଧରି ଉଚ୍ଚ ମାତ୍ରାର ଆଲୁମିନିୟମ ସହିତ ସମ୍ପର୍କ ରଖିବା ଦ୍ୱାରା ହାଡ଼ ସମସ୍ୟା, ବୃକକ୍ ଚାପ ଏବଂ ସ୍ନାୟୁ ସମସ୍ୟା ହୋଇପାରେ। ବୃକକ୍ ରୋଗୀଙ୍କ କ୍ଷେତ୍ରରେ ଏହି ବିପଦ ଆହୁରି ଅଧିକ। ପ୍ରତିଦିନ ରୋଷେଇ କିମ୍ବା ଦୀର୍ଘକାଳୀନ ସଂରକ୍ଷଣ ପାଇଁ ଆଲୁମିନିୟମ୍ ଫଏଲ୍ କିମ୍ବା ପାତ୍ର ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ। ଫଏଲ୍ରେ ଖଟା, ଲୁଣିଆ ଏବଂ ମସଲାଯୁକ୍ତ ଖାଦ୍ୟ ସଂରକ୍ଷଣ କରିବାରୁ ଦୂରେଇ ରୁହନ୍ତୁ। ରନ୍ଧା ଖାଦ୍ୟକୁ ଷ୍ଟିଲ୍, କାଚ କିମ୍ବା ସିରାମିକ୍ ପାତ୍ରରେ ରଖନ୍ତୁ। ଯଦି ବେକିଂ କିମ୍ବା ଗ୍ରୀଲ୍ କରିବା ପାଇଁ ଫଏଲ୍ ବ୍ୟବହାର କରୁଛନ୍ତି, ତେବେ ଖାଦ୍ୟ ଏବଂ ଫଏଲ୍ ମଧ୍ୟରେ ବଟର ପେପର୍ କିମ୍ବା ବେକିଂ କାଗଜ ରଖନ୍ତୁ।
Trending
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
- ୭୦ ବର୍ଷ ପରେ ନୂଆ ରୂପ ନେବ ଲୋକସେବା ଭବନ ଓ ବିଧାନସଭା, ଭତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ