ରାଜ୍ୟରେ ଏକସଙ୍ଗେ ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟକାର୍ଡ

ସ୍ବାସ୍ଥ୍ୟକାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ଏକସଙ୍ଗେ ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟକାର୍ଡ । ଇନସ୍ୟୁରାନ୍ସ ନୁହେଁ ଆସ୍ୟୋରାନ୍ସ ମୋଡ୍‌ରେ ଚିକିତ୍ସା କରାଯିବ । ଉଭୟ ଆୟୁଷ୍ମାନ ଓ ଗୋପବନ୍ଧୁ କାର୍ଡରେ ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ସାରା ଦେଶରେ ୨୭ ହଜାରରେ ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଏବେ ମାସକୁ ୩୨୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।ରାଜ୍ୟର ୪ କୋଟି ୩୦ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ସାଢ଼େ ୩ କୋଟି ଲୋକ ସାମିଲ ହେବେ। ଇଣ୍ଡସ ଭ୍ୟାଲି ଟାଇମ୍ସ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ଭିଜନ ଓଡ଼ିଶା ହେଲ୍ଥ କନକ୍ଲେଭରେ ଯୋଗଦେଇ ଏହା କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ । ସେହିପରି ଏବେ ରାଜ୍ୟରେ ମେଡ଼ିକାଲ କଲେଜରେ ପିଜି ସିଟ ସଂଖ୍ୟା ୧୧୦୦ ଥିବା ବେଳେ ଆଗାମୀ ୫ ବର୍ଷରେ ଏହାକୁ ଦ୍ଵିଗୁଣିତ କରାଯିବ । ଆଗାମୀ ଦୁଇ ବର୍ଷରେ ପ୍ରତି ପଞ୍ଚାୟତରେ ଥିବ ହେଲ୍ଥ ଆଣ୍ଡ ୱେଲନେସ ସେଣ୍ଟର । ନ୍ୟାସନାଲ ଡାଏଲିସିସ ମିଶନ ଅଧୀନରେ ରାଜ୍ୟରେ ପିପିପି ମୋଡରେ ଖୋଲାଯିବ ଡାଏଲିସିସ ସେଣ୍ଟର ।