ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ୧୫୦ ନୂଆ ଆମ୍ବୁଲାନ୍ସ, ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟ ସେବାରେ ଆସିବ ଆହୁରି ଉନ୍ନତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ୧୫୦ ନୂଆ ଆମ୍ବୁଲାନ୍ସ । ୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ ନୂଆ ଆମ୍ବୁଲାନ୍ସ । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି ।ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଆମ୍ବୁଲାନ୍ସ ଉତ୍ସର୍ଗୀକୃତ ସମାରୋହ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୧୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । ୧୧୧ କୋଟି ବ୍ୟୟରେ ୪୨୮ ଆମ୍ବୁଲାନ୍ସ ରାଜ୍ୟ ସ୍ୱାସ୍ଥ୍ୟ ସେବାକୁ ଉତ୍ସର୍ଗ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସର ଲୋକାର୍ପଣ କରାଯାଇଛି । ଆଗକୁ ବାକି ସବୁ ଆମ୍ବୁଲାନ୍ସକୁ ଲୋକାର୍ପିତ କରାଯିବ । ରାଜ୍ୟରେ ଆମ୍ବୁଲାନ୍ସ ସେବା ଯୋଗାଉଥିବା ସଂସ୍ଥା ପାଖରେ ଏବେ ୮୬୦ଟି ୧୦୮ ଆମ୍ବୁଲାନ୍ସ୫୦୦ ଜନନୀ ଏକ୍ସପ୍ରେସ୍ ଓ ୬ଟି ବୋଟ୍ ଆମ୍ବୁଲାନ୍ସ ରହିଛି। ରାଜ୍ୟରେ ଅଚଳ ଥିବା ୧୦୮ ଆମ୍ବୁଲାନ୍ସଗୁଡ଼ିକ ପରିବର୍ତ୍ତନ କରାଯାଇଛି ସେହି ସ୍ଥାନରେ ନୂଆ ଆମ୍ବୁଲାନ୍ସ ସାମିଲ କରାଯାଇଛି।

Leave a comment