ପୁରୀ କଣାସରେ କାୟା ମେଲାଉଛି ଝାଡାବାନ୍ତି

ପୁରୀ କଣାସରେ କାୟା ମେଲାଉଛି ଝାଡାବାନ୍ତି । ପାଣି ପରୀକ୍ଷାରୁ ଆସିଲା ସାଂଘାତିକ ଚିତ୍ର । ଦୟାନଦୀର ପାଣି ପରୀକ୍ଷା ପରେ ଏଥିରେ ଆମାଶୟ ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ଛି । ଯାହାକୁ ନେଇ ଲୋକଙ୍କୁ ସତର୍କ କରିଛନ୍ତି ଅଣୁ ବିଶେଷଜ୍ଞ । ଆଜି ଆଉ ଦୁଇ ଗାଁକୁ ବ୍ୟାପିଛି ଝାଡ଼ାବାନ୍ତି ।  ବର୍ତ୍ତମାନ ସୁଦ୍ଧା ୨୦ ଜଣ ଆକ୍ରାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆକ୍ରନ୍ତଙ୍କ ମଧ୍ୟରେ ୩ ଜଣ ଛୋଟ ପିଲା ଥିବା ଜଣାପଡ଼ିଛି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଣାସରୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ରୋଗ ବ୍ୟାପୁଥିବା ବେଳେ କଣାସ ଡାକ୍ତରଖାନାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଜଣଙ୍କ ପରେ ଜଣେ ରୋଗୀଙ୍କୁ ଆମ୍ବୂଲାନ୍ସରେ ଡାକ୍ତରଖାନା ନିଆଯାଉଛି । ଅଣୁ ବିଶେଷଜ୍ଞ ଏହାକୁ ମହାମାରୀ କହିବା ପରେ ଏବେ ଲୋକଙ୍କ ମନରେ ଭୟ ବଢ଼ିଛି ।