ଆଜିକାଲି ସମୟ ବଦଳିବା ସହ ବଦଳୁଛି ଯୁବପୀଢ଼ିଙ୍କ ଜୀବନଶୈଳୀ। ତଦନୁଯାୟୀ ପାରମ୍ପରିକ ଖାଦ୍ୟପଦାର୍ଥର ସ୍ଥାନ ନେଉଛି ବିଦେଶୀ ବ୍ୟଞ୍ଜନ। ଏସବୁ ସତ୍ତ୍ୱେ ଚାଲିଆସୁଥିବା କିଛି ପ୍ରଥା ଫିଟ୍ ରହିବାର ନୂଆ ତରିକା ଶିଖାଉଛି। ଠିକ୍ ସେଭଳି ଏକ ଖାଦ୍ୟ ହେଲା ‘ଚୁଡ଼ା ଦହି’। ଆଗକୁ ମକର ସଂକ୍ରାନ୍ତି ଆସୁଥିବା ବେଳେ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଭଳି ରାଜ୍ୟରେ ଏହାକୁ ସେବନ କରାଯିବାର ପରମ୍ପରା ରହିଛି। ତେବେ ଓଡ଼ିଶାରେ ମଧ୍ୟ ଏହା ଘରେ ଘରେ ପ୍ରତିଟି ପୂଜାରେ ସେବନ କରାଯାଇଥାଏ। ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଦହିଚୁଡ଼ା ସେବନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ…ପାଚନତନ୍ତ୍ର ଲାଗି ଦହିଚୁଡ଼ା ବେଶ ଲାଭକାରୀ। ସକାଳ ଜଳଖିଆରେ ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ଗ୍ୟାସର ସମସ୍ୟା ଦୂର ହୋଇଥାଏ।ଦହିଚୁଡ଼ା ଖାଇବା ଦ୍ୱାରା ଦୀର୍ଘ ସମୟ ଯାଏ ପେଟ ଭର୍ତ୍ତି ହେବା ଭଳି ମନେ ହୋଇଥାଏ। ଏହାଦ୍ୱାରା ଭୋକ କମ୍ ଲାଗିଥାଏ, ଯାହାକି ଓଜନ କମ୍ କରିବାରେ ସହାୟକ ହୋଇଥାଏ।ଦହିଚୁଡ଼ା ଶରୀରରେ କୋଲେଷ୍ଟରଲର ମାତ୍ରା କମ୍ ହୋଇଥାଏ। ଫଳରେ ହୃଦଘାତର ଭୟ ବହୁତ କମିଯାଏ।ଦହିଚୁଡ଼ା ସହ ଗୁଡ଼ ମିଶାଇ ଖାଇଲେ ଆନିମିଆ(ନିଦ୍ରାହୀନତା) ଭଳି ରୋଗରୁ ରକ୍ଷା ପାଇହୁଏ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post