ଏନ୍ଇଇଟି-ୟୁଜି ପରୀକ୍ଷା ଦୁର୍ନୀତି ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ହସ୍ତାନ୍ତର କରିବାର ଦିନକ ପରେ ଏହାର ଏକ ଟିମ୍ ସୋମବାର ଗୋଧ୍ରାରେ ପହଞ୍ଚତ୍ ସ୍ଥାନୀୟ ପୋଲିସଠାରୁ ୧୦୦୦ ପୃଷ୍ଠାରୁ ଊର୍ଦ୍ଧ୍ୱ କାଗଜପତ୍ର ଗ୍ରହଣ କରିଛି। ସେଠାର ପର୍ଭାଡ଼ି ଗ୍ରାମରେ ଥିବା ଜୟ ଜଲାରାମ ସ୍କୁଲ୍ରେ ପରୀକ୍ଷା ପରିଚାଳନାରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାତରେ ଥିବା ୫ ଜଣଙ୍କୁ ଜେରା ପାଇଁ ନିଜ ହେପାଜତକୁ ନେବା ନିମନ୍ତେ ସିବିଆଇ ଟିମ୍ ଗୋଧ୍ରାର ଜିଲା କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି। ସିବିଆଇ ବର୍ତ୍ତମାନ ସୁଦ୍ଧା ଗୁଜରାଟ, ବିହାର ଏବଂ ରାଜସ୍ଥାନରୁ ୩ଟି ନୂଆ ମାମଲା ଗ୍ରହଣ କଲାଣି। ଗୁଜରାଟ ପୋଲିସ ତଦନ୍ତରୁ ଫୋନ୍ ଲୋକେଶନ ଡାଟା ଏବଂ ଅଭିଯୁକ୍ତମାନଙ୍କ କାର୍ଯ୍ୟକଳାପ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ପ୍ରମାଣ ମଧ୍ୟରେ ପରୀକ୍ଷାର ଦିନକ ପୂର୍ବରୁ ଅଭିଯୁକ୍ତମାନଙ୍କ ମଧ୍ୟରେ ମିଟିଂର ଡିଜିଟାଲ ଭିଡିଓ ରେକର୍ଡିଂ, ଛାତ୍ରୀଛାତ୍ର ପୈଠ କରିଥିବା ମୋଟ ୨.୩ କୋଟି ଟଙ୍କାର ଅଗ୍ରିମ ଚେକ୍ ଆଦି ରହିଛି।ଆମ୍ ଆଦ୍ମୀ ପାର୍ଟି ନେତା ତଥା ଛାତ୍ର ଅଧିକାର କର୍ମୀ ଯୁବରାଜ ଜାଡେଜାଙ୍କ ଅଭିଯୋଗ ଅନୁଯାୟୀ ପରଶୁରାମ ରାୟ ତାଙ୍କ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରେ ପ୍ରଶ୍ନପତ୍ରକୁ ଫାଙ୍କା ଛାଡ଼ିଆସିବାକୁ ପରାମର୍ଶ ଦେଇଥିଲେ। ସେଗୁଡ଼ିକରେ ଉତ୍ତର ତୁଷାର ଭଟ୍ଟ ଭରିବାର ଥିଲା। ପିଲାମାନଙ୍କୁ ପାସ୍ କରାଇଦେବା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ନିଆଯାଇଥିଲା। ତଦନ୍ତ ବେଳେ ପରୀକ୍ଷାର ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଥିବା ଭଟ୍ଟଙ୍କ କାରରୁ ୭ ଲକ୍ଷ ଟଙ୍କା ଜବତ ହୋଇଛି। କାଗଜାତ ପ୍ରମାଣ ଭାବେ ମୋବାଇଲ ଫୋନ୍ରୁ ପରୀକ୍ଷାର୍ଥୀମାନଙ୍କ ତାଲିକା ସହ ସେଥିରେ ଧୂସର ଓ କଳା ଚିହ୍ନରେ କୋଡ୍ ଟିବି (ତୁଷାର ଭଟ୍ଟ) ଏବଂ ପିଆର୍ (ପରଶୁରାମ ରାୟ) ଚିହ୍ନଟ କରାଯାଇଛି। ଛାତ୍ରମାନେ ପରୀକ୍ଷା ଠକେଇରେ ସାମିଲ ଥିଲେ ବୋଲି ଏଥିରୁ ସୂଚନା ମିଳିଛି। ସେମାନେ ମୋଟ ୨.୮୨ କୋଟି ଟଙ୍କାର ଅଗ୍ରିମ ଚେକ୍ ଦେଇଥିବାବେଳେ ସେଥିରୁ ୬୬ ଲକ୍ଷ ପରଶୁରାମଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post