‘ରାମାୟଣ’ ଫିଲ୍ମ ସମ୍ପର୍କରେ ଏକ ବଡ଼ ଅପଡେଟ୍,ରାମ ଏବଂ ରାବଣଙ୍କ ମଧ୍ୟରେ ମୁକାବିଲା ଦେଖିବା ପାଇଁ ଦ୍ୱିତୀୟ ପାର୍ଟକୁ ଅପେକ୍ଷା କରିବାକୁ ପଡିବ
‘ରାମାୟଣ’ ଫିଲ୍ମ ସମ୍ପର୍କରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରୁଥିବା କନ୍ନଡ ସୁପରଷ୍ଟାର ୟଶଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ତାଙ୍କ ଅଭିନୀତ ଚରିତ୍ର ସମ୍ପର୍କର ଏକ ରହସ୍ୟର ଖୁଲାସା କରିଛନ୍ତି ।
ଏହି ଫିଲ୍ମରେ ତାଙ୍କୁ ରଣବୀର କପୁରଙ୍କ ସହିତ ଦେଖିବାକୁ ମିଳିବ ନାହିଁ ବୋଲି ସେ କହିଛନ୍ତି । “ଆକର୍ଷଣୀୟ ଭାବରେ ଆମେ ଏହି ଫିଲ୍ମରେ ଏକାଠି ଦେଖାଯିବୁ ନାହିଁ । ଏହି ଫିଲ୍ମକୁ ଦୁଇଟି ପାର୍ଟରେ ଦେଖିବାକୁ ପାଇବେ ଦର୍ଶକ । ପ୍ରଥମ ଭାଗରେ, ରାବଣର ନିଜସ୍ୱ ରାଜ୍ୟ ରହିବ ଏବଂ ରାମଙ୍କର ନିଜସ୍ୱ ରାଜ୍ୟ ରହିବ’’ ବୋଲି ୟଶ୍ କହିଛନ୍ତି । ଯାହା ଲୋକଙ୍କ ଉତ୍ସାହକୁ ବଢାଇ ଦେଇଛି । ଏପରି ଭାବେ ଫିଲ୍ମ ରିଲିଜ କରିବା ଦ୍ବାରା ଦର୍ଶକଙ୍କ ପାଇଁ ଏହା ଇଣ୍ଟ୍ରେଷ୍ଟିଂ ରହିବ । ୟଶଙ୍କର ଏହି ଖୁଲାସା ପରେ ଫିଲ୍ମର ଦ୍ବିତୀୟ ପାର୍ଟକୁ ଅପେକ୍ଷା କରିଛନ୍ତି ଦର୍ଶକ । ରାମ ଏବଂ ରାବଣଙ୍କ ମଧ୍ୟରେ ମୁକାବିଲା ଦେଖିବା ପାଇଁ ଦ୍ୱିତୀୟ ପାର୍ଟକୁ ଅପେକ୍ଷା କରିବାକୁ ପଡିବ ।
ଯଦିଓ ଉଭୟ ଅଭିନେତା ଏହି ଫିଲ୍ମରେ ଏକାଠି ଦେଖାଯାଉନାହାଁନ୍ତି । ତଥାପି ପରଦା ବାହାରେ ସେମାନଙ୍କର ଏକ ଦୃଢ଼ ସମ୍ପର୍କ ରହିଛି । ଏହା ବ୍ୟତୀତ ୟଶ ରଣବୀର କପୁରଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ଚମତ୍କାର ଅଭିନେତା ବୋଲି ବୋଲି ମଧ୍ୟ ସେ କହିଥିଲେ।