୧୩୦୦ କୋଟିର ସୁନ୍ଦର ଗାଉନ୍ ପିନ୍ଦି କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ରେ ନଜର ଆସିଲେ ଉର୍ବଶୀ ରାଉତେଲା
କାନ୍ସ ଫିଲ୍ମ ଫେଷ୍ଟିଭାଲ୍ କିଛି ବର୍ଷ ମଧ୍ୟରେ ଦୁନିଆର ସବୁଠାରୁ ବଡ଼ ଫ୍ୟାଶନ ଇଭେଣ୍ଟରେ ସାମିଲ ହୋଇସାରିଛି । ଯେଉଁଠାରେ ପ୍ରତିବର୍ଷ ଇଣ୍ଟରନ୍ୟାସନାଲ ସେଲିବ୍ରିଟିମାନେ ନିଜର ଚମତ୍କାର ଏବଂ ମହଙ୍ଗା ଲୁକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ଡିଜାଇନର୍ ଗାଉନ୍, ବିଳାସପୂର୍ଣ୍ଣ ଅଳଙ୍କାର ଏବଂ ରେଡ୍ କାର୍ପେଟରେ ଅନ୍ୟାନ୍ୟ ଷ୍ଟାଇଲ୍ ଆଲୋଚନାର ବିଷୟ ପାଲଟିଛି । ଦୀପିକା ପାଦୁକୋନ୍ ଏବଂ ଆଲିଆ ଭଟ୍ଟଙ୍କ ପରି ଅନେକ ବଲିଉଡ୍ ଅଭିନେତ୍ରୀ ମଧ୍ୟ କାନ୍ସରେ ସେମାନଙ୍କର ଫ୍ୟାଶନ୍ ସେନ୍ସ ପାଇଁ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି ।
ଉର୍ବଶୀ ରାଉତେଲା ୨୦୨୫ ମସିହାରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କର ୧୩୦୦ କୋଟିର ରେଡ କାର୍ପେଟ ଲୁକ୍ ସହିତ ଇତିହାସ ରଚିଥିଲେ । ସେ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମାଇକେଲ୍ ସିଙ୍କୋଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଏକ ସୁନ୍ଦର ଗାଉନ୍ ପିନ୍ଧିଥିଲେ । ଏହି ଲୁକ୍କୁ ଆହୁରି ଭଲ କରିବା ପାଇଁ ଉର୍ବଶୀ ଏକ ଅନନ୍ୟ ପାରା ଆକୃତିର କ୍ଲଚ୍ ଏବଂ ଦୁନିଆର ସବୁଠାରୁ ଦୁର୍ଲଭ ହୀରାରୁ ତିଆରି ଅଳଙ୍କାର ପିନ୍ଧିଥିଲେ । ଯେଉଁଥି ପାଇଁ ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହା ହଲିଉଡ୍ ଏବଂ ବଲିଉଡ୍ ପ୍ରୋଜେକ୍ଟଗୁଡ଼ିକର ବଜେଟ୍ ଅପେକ୍ଷା ଅଧିକ ଥିଲା ।
ଚଳିତ ବର୍ଷ ମଧ୍ୟ ଉର୍ବଶୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଷ୍ଟାଇଲ ସହିତ ସମସ୍ତଙ୍କ ନଜରକୁ ଆସିଥିଲେ । ୭୯ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ଓପନିଂରେ ସେ ଭିଏତନାମୀୟ ଡିଜାଇନର୍ ଲେବଲ୍ ଜୋଲିପୋଲି କାଉଚର ଦ୍ୱାରା ଡିଜାଇନ୍ କରାଯାଇଥିବା ଏକ ସୁନ୍ଦର ଗାଉନ୍ ପିନ୍ଧିଥିଲେ । ସିଲଭର ଖ୍ରୀଷ୍ଟାଲ୍, ବିଡସ୍ ଏବଂ ଷ୍ଟୋନୱାର୍କ ହୋଇଥିବା ଗାଉନ୍ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗାଉନର ସିୟର,ବଡି ହାଙ୍ଗିଙ୍ଗ ଡିଜାଇନ୍ ଏବଂ ଲାଭେଣ୍ଡର ଟୋନ୍ ତାଙ୍କୁ ସମ୍ପୂର୍ଣ୍ଣ ରୟାଲ ଲୁକ୍ ପ୍ରଦାନ କରୁଥିଲା । ଏହା ସହିତ ଉର୍ବଶୀ ମାଙ୍ଗ ଟିକ୍କା ଷ୍ଟାଇଲର ହେଡପିସ୍ ଏବଂ ସେଥିରେ ମ୍ୟାଚ୍ କରୁଥିବା ବଡ଼ କାନଫୁଲ ପିନ୍ଧି ତାଙ୍କ ଲୁକକୁ କମ୍ପ୍ଲିଟ୍ କରିଥିଲେ ।