ବବଲ୍ ଗାର୍ଲ’ ଲୁକ୍ରେ ନଜର ଆସିଲେ ଉର୍ଫି ଜାଭେଦ,ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ଏହି ଲୁକ୍
ଉର୍ଫି ଜାଭେଦ ପୁଣିଥରେ ନିଜ ଅନନ୍ୟ ଫ୍ୟାଶନ୍ ଷ୍ଟାଇଲ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ସବୁବେଳେ ଭିନ୍ନ ଧରଣର ପୋଷାକ ଓ ସୃଜନଶୀଳ ଧାରଣା ପାଇଁ ପରିଚିତ ଉର୍ଫି ଏଥର ‘ବବଲ୍ ଗାର୍ଲ’ ଲୁକ୍ରେ ନଜର ଆସିଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଭାଇରାଲ୍ ଭିଡିଓରେ ଉର୍ଫି ହାଲୁକା ଗୋଲାପୀ ରଙ୍ଗର ଛୋଟ ଡ୍ରେସ୍ ପିନ୍ଧିଥିବା ବେଳେ ଡ୍ରେସ୍ରୁ ବବଲ୍ ବାହାରୁଥିବା ଦେଖିବାକୁ ମିଳିଛି। ମୁକ୍ତା କାନଫୁଲ ସହିତ ସେ ନିଜ ଲୁକ୍କୁ ସମ୍ପୂର୍ଣ୍ଣ କରିଥିଲେ। ତାଙ୍କର ଏହି ନୂଆ ଷ୍ଟାଇଲ୍ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।
ନିଜ ପୋଷାକ ନିଜେ ଡିଜାଇନ୍ କରନ୍ତି
ଅଭିନୟ ଠାରୁ ଅଧିକ ଫ୍ୟାଶନ୍ ପାଇଁ ପରିଚିତ ଉର୍ଫି ନିଜ ପୋଷାକ ନିଜେ ଡିଜାଇନ୍ କରନ୍ତି। ସେଫ୍ଟି ପିନ୍, ବ୍ଲେଡ୍, ପ୍ଲାଷ୍ଟିକ୍ ବୋତଲ ଓ ଖବରକାଗଜ ଭଳି ସାଧାରଣ ଜିନିଷରୁ ମଧ୍ୟ ଅଲଗା ଧରଣର ପୋଷାକ ତିଆରି କରି ସେ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଆସିଛନ୍ତି। ଉର୍ଫିଙ୍କ ଏହି ନୂଆ ଲୁକ୍କୁ ନେଇ ସୋସିଆଲ ମିଡିଆରେ ୟୁଜର୍ସମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କେହି ତାଙ୍କର ସୃଜନଶୀଳତାକୁ ପ୍ରଶଂସା କରିଥିବା ବେଳେ ଆଉ କେହି କାନ୍ସ ଫିଲ୍ମ ଫେଷ୍ଟିଭାଲ୍ର ଫ୍ୟାଶନ୍ ସହିତ ତୁଳନା କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, “ଉର୍ଫିଙ୍କ କ୍ରିଏଟିଭିଟି ଲେଭେଲ୍ ଅତୁଳନୀୟ।” ଅନ୍ୟ ଜଣେ ଲେଖିଛନ୍ତି, “କାନ୍ସକୁ ଯାଉଥିବା ଲୋକମାନେ ତାଙ୍କଠାରୁ ଶିଖିବା ଉଚିତ।”
ଇଣ୍ଟରନେଟ୍ ସେନସେସନ୍: ଉର୍ଫି
ଇଣ୍ଟରନେଟ୍ ସେନସେସନ୍ ଭାବେ ପରିଚିତ ଉର୍ଫିଙ୍କ ଇନଷ୍ଟାଗ୍ରାମରେ ୫ ମିଲିୟନ୍ରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ ‘ବଡେ ଭୈୟା କି ଦୁଲହନିଆ’, ‘ମେରି ଦୁର୍ଗା’, ‘ବେପନାହ’ ଭଳି ଅନେକ ଟିଭି ଶୋ’ରେ ଅଭିନୟ କରିଥିବା ସହ ‘ବିଗ୍ ବସ୍ ଓଟିଟି ସିଜନ୍ ୧’ରେ ମଧ୍ୟ ଅଂଶଗ୍ରହଣ କରିଥିଲେ।