ଜିବନ ହାରିଲେ ଲୋକପ୍ରିୟ ଧାରାବାହିକ କୁମକୁମ୍ ଭାଗ୍ୟ ଫେମ୍ ସଂଚିତା ଉଗଲେ
ଟିଭି ଇଣ୍ଡଷ୍ଟ୍ରୀରୁ ଦୁଃଖଦ ଖବର । ଲୋକପ୍ରିୟ ସିରିଅର କୁମକୁମ୍ ଭାଗ୍ୟ ଫେମ୍ ସଂଚିତା ଉଗଲେ ହାରିଲେ ଜୀବନ । ୩୦ ବର୍ଷୀୟ ଅଭିନେତ୍ରୀ ମୁମ୍ବାଇ ସ୍ଥିତ ଅଚେଲେ ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିଲେ । ଗତକାଲି ସନ୍ଧ୍ୟାରେ ଟିଭି ଅଭିନେତ୍ରୀ ଜଣକ ଜୀବନ ହାରିଥିବା ଜଣାପଡିଛି । ତାଙ୍କ ନିଧନରେ ଟିଭି ଇଣ୍ଡଷ୍ଟ୍ରୀରେ ଶୋକ ଛାୟା ଖେଳିଯାଇଛି ।
ପୋଲିସ କହିବା ମୁତାବକ, ଅଭିନେତ୍ରୀ ଜଣକ ନିଜ ବାପା ମା ଏବଂ ଭଉଣୀ ସହିତ ନାଲସୋପାରାରେ ରହୁଥିଲେ । ଘଟଣା ସମୟରେ ସେ ଘରେ ଏକୁଟିଆ ଥିଲେ । ପୋଲିସକୁ ଖବର ମିଳିବା ପରେ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସକୁ କୌଣସି ନୋଟ୍ ମିଳିନାହିଁ ।
ନିଜ ବାପା ମାଙ୍କ ଏବଂ ୧୫ ବର୍ଷୀୟ ଛୋଟ ଭଉଣୀ ସହିତ ରହୁଥିଲେ । ରବିବାର ସନ୍ଧ୍ୟାରେ ସାନ ଭଉଣୀ କୌଣସି କାମରେ ବାହାରକୁ ଯାଇଥିଲେ । ସେହି ସମୟରେ ଘରେ କୌଣସି ଲୋକ ନଥିଲେ । ଏହି ସମୟରେ ସଂଚିତା ନିଜ ହାରିଛନ୍ତି । ଘଟଣା ବିଷୟରେ ଜଣାପଡିବା ପରେ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାହକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ଅଭିନେତ୍ରୀ ଜଣକ କାହିଁକି ଜୀବନ ହାରିଛନ୍ତି, ତାହା ଏଯାଏଁ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି । ଘର ଲୋକ ଏବଂ ପଡୋଶୀଙ୍କୁ ପଚରାଉଚରା କରୁଛି ।
ସଂଚିତା କେବଳ ଟିଭି ନୁହେଁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସେ ଫିଲ୍ମ ଦିଲୱାଲେ ଦୁଲହନିଆ ଲେଁ ଜାଏଙ୍ଗେରେ ସୁକୁନ ଭୂମିକାରେ ନଜର ଆସିଥିଲେ । ଏହାପରେ ଫିଲ୍ମ ଛାବାରେ ତାରାବାଇ ଭୂମିକାରେ ନଜର ଆସିଥିଲେ । କୁମକୁମ ଭାଗ୍ୟ ଏବଂ ବଗଲେ କି ଦୁନିଆରେ ମଧ୍ୟ ଅଭିନୟ କରିଛନ୍ତି ।