ଲୋକେ ତ ଐଶ୍ବର୍ଯ୍ୟା ରାଏଙ୍କ ଭଳି ନାମୀଦାମୀ ଅଭିନେତ୍ରୀଙ୍କୁ ଟ୍ରୋଲ କରିବାରେ ହେଳା କରି ନଥିଲେ- ସ୍ୱରା ଭାସ୍କର

ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ସେହି ନାୟିକାମାନଙ୍କ ମଧ୍ୟରୁ ଜଣେ ଯିଏ ଖୋଲାଖୋଲି ଭାବରେ ନିଜର ମତାମତ ପ୍ରକାଶ କରିଥାଆନ୍ତି।  ସ୍ୱରା ଭାସ୍କର ରାଜନୀତିଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗରେ ନିଜର ମତାମତ ଦେଇଥାଆନ୍ତି। ସମ୍ପ୍ରତି ସ୍ୱରା ଭାସ୍କର ମହିଳାଙ୍କ ଶରୀର ସେମିଂ ବିଷୟରେ ଆଲୋଚନା କରି କହିଛନ୍ତି,‘ ଝିଅକୁ ଜନ୍ମ ଦେବା ପରେ ମୋ ଶରୀରକୁ ନେଇ ଲୋକେ ଟ୍ରୋଲ କରୁଛନ୍ତି। ଲୋକେ ତ ଐଶ୍ବର୍ଯ୍ୟା ରାଏଙ୍କ ଭଳି ନାମୀଦାମୀ ଅଭିନେତ୍ରୀଙ୍କୁ ଟ୍ରୋଲ କରିବାରେ ହେଳା କରି ନଥିଲେ। ଐଶ୍ବର୍ଯ୍ୟା ଆରାଧ୍ୟାଙ୍କୁ ଜନ୍ମ ଦେବା ପରେ ତାଙ୍କ ଶରୀରର ଓଜନ ବୃଦ୍ଧି ପାଇଥିଲା। ଯେଉଁ କାରଣରୁ ଲୋକେ ତାଙ୍କୁ ଅନେକ ଥଟ୍ଟା ପରିହାସ କରିଥିଲେ।  ଆରଧ୍ୟା ଜନ୍ମ ପରେ ଐଶ୍ବର୍ଯ୍ୟା ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ। ଏହି ସାକ୍ଷାତକାରରେ ଐଶ୍ବର୍ଯ୍ୟାଙ୍କ ଶାରୀରିକ ଗଠନକୁ ନେଇ ପ୍ରଶ୍ନ ପଚାରାଯାଇଥିଲା। ଯାହାର ଉତ୍ତରକୁ ସେ ଅତି ଶାନ୍ତ ଓ ସରଳ ଭାବେ ଦେଇଥିଲେ।

ମୋ ମତରେ ସେ ସମୟରେ ତାଙ୍କ ସ୍ଥାନରେ ଯଦି ଆଉ କେହି ଥାଆନ୍ତେ ସେ ପ୍ରଶ୍ନ ଶୁଣି ନିଶ୍ଚୟ ରାଗି ଯାଇଥାଆନ୍ତେ । କିନ୍ତୁ ଐଶ୍ବର୍ଯ୍ୟା ଉପସ୍ଥାପିକାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ‘ଝିଅ ଜନ୍ମ ପରେ ମୁଁ ନିଜକୁ ଭୁଲି ଯାଇଛି। କାରଣ ଏବେ ମୋ ଝିଅ ଆରଧ୍ୟା ହିଁ ମୋ ଦୁନିଆ ପାଲଟି ଯାଇଛି। ତାହା ସହିତ ମୁଁ ସମୟ ବିତାଉଛି।’