ସଂସଦ ‘ଛାୱା’ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିବାକୁ ଯାଉଛି, ଦେଖିବେ ପ୍ରଧାନମନ୍ତ୍ରୀ , ଅମିତ ଶାହଙ୍କ ବ୍ୟତୀତ ବହୁ ବିଜେପି ମନ୍ତ୍ରୀ ଏବଂ ସାଂସଦ

ଅଭିନେତା ଭିକି କୌଶଲଙ୍କ ଐତିହାସିକ-ଫିଲ୍ଲ ‘ଛାୱା’ ଦର୍ଶକଙ୍କଠାରୁ ବହୁତ ଭଲପାଇବା ସାଉଁଟୁଛି  । ରିଲିଜ୍ ହେବାର ୪୦ ଦିନ ପରେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ବିପୁଳ ଲାଭ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୂର୍ବରୁ ‘ଛାୱା କୁ ପ୍ରଶଂସା କରିଥିଲେ ଏବଂ ଏବେ ସେ ଭିକି କୌଶଲ ଙ୍କ ଏହି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂରେ ଯୋଗ ଦେବାକୁ ଯାଉଛନ୍ତି।
ସଂସଦ ‘ଛାୱା’ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି ୨୭ ମାର୍ଚ୍ଚରେ ସଂସଦର ପାଠାଗାର ଭବନର ବାଲଯୋଗୀ ଅଡିଟୋରିୟମ୍‌ରେ ଭିକି କୌଶଲ ଙ୍କ ଫିଲ୍ମ ଦେଖିବେ। ଏହି ସ୍କ୍ରିନିଂରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ବହୁ ବିଜେପି ମନ୍ତ୍ରୀ ଏବଂ ସାଂସଦ ମଧ୍ୟ ଉପସ୍ଥିତ ରହିବେ  । ସମ୍ଭାଜୀ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ଭିକି କୌଶଲ, ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଏବଂ ପ୍ରଯୋଜକ ଦିନେଶ ବିଜାନ ମଧ୍ୟ ସଂସଦ ଦ୍ୱାରା ଆୟୋଜିତ ‘ଛାୱା’ ‘ର ସ୍ୱତନ୍ତ୍ର ସ୍କ୍ରିନିଂରେ ଉପସ୍ଥିତ ରହିବେ । ଆପଣଙ୍କୁ କହି ରଖୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦି ୨୧ ଫେବୃଆରୀରେ ଦିଲ୍ଲୀରେ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ‘ଛାୱା’ର ପ୍ରଶଂସା କରିଥିଲେ।  ସୂଚନା ଅନୁଯାୟୀ ଭିକି କୌଶଲ- ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ଛାୱା ରିଲିଜ୍ ହେବା  ଦିନଠାରୁ ଫିଲ୍ମର କ୍ରେଜ୍‌ ଦେଖିବାକୁ ମିଳୁଛି । ମେଟ୍ରୋସିଟି ଗୁଡ଼ିକରେ ଫିଲ୍ମ ହଲ୍‌ ହାଉସଫୁଲ୍ ରହିଛି । ଏହି କ୍ରମରେ ଏହି ଫିଲ୍ମ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ସମ୍ଭାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନ ଜିଣିପାରିଛି । ଛାୱା ଶ୍ରେଷ୍ଠ ୫ଟି ସର୍ବାଧିକ ଆୟ କରିଥିବା ବଲିଉଡ୍ ଚଳଚ୍ଚିତ୍ର ମଧ୍ୟରେ ଚତୁର୍ଥ ସ୍ଥାନ  ଅଧକାର କରିଛି  ।   ଏବେ ଫିଲ୍ମର କଲେକ୍ସନ ଯେଭଳି ବୃଦ୍ଧି ପାଉଛି ତାହା ଦେଖିଲେ ଲାଗୁଛି ଯେ ଏହି ଫିଲ୍ମ ଆହୁରି ଆଗକୁ ଯିବ ଯାହା ବର୍ତ୍ତମାନ ସୁଦ୍ଧା  ସମସ୍ତ ଫିଲ୍ଲର ରେର୍କଡ ଭାଙ୍ଗିଛି ।  ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ, ” ଛାୱା”ରେ ଭିକି କୌଶଲ, ରଶ୍ମିକା ମନ୍ଦାନା, ଆଶୁତୋଷ ରାଣା, ବିନୀତ କୁମାର ସିଂହ ଏବଂ ଅକ୍ଷୟ ଖାନ୍ନା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି

Leave a comment