ସୋସିଆଲ ମିଡିଆରେ ଏବେ ୮୦ ଦଶକର ରେଟ୍ରୋ ଟ୍ରେଣ୍ଡ ଭାଇରାଲ,ଏହି ଟ୍ରେଣ୍ଡରେ ସାମିଲ ବଲିଉଡ୍ ସେଲେବ୍ରିଟି

ସୋସିଆଲ ମିଡିଆରେ ଏବେ ୮୦ ଦଶକର ରେଟ୍ରୋ ଟ୍ରେଣ୍ଡ ଖୁବ୍ ଭାଇରାଲ ହେଉଛି । ଏହି ଟ୍ରେଣ୍ଡରେ ଲୋକମାନେ AI ସାହାଯ୍ୟରେ ନିଜର ସାଧାରଣ ଫଟୋକୁ ୮୦ ଦଶକର ଷ୍ଟାଇଲରେ ବଦଳାଇ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଅନେକ ବଲିଉଡ୍ ସେଲେବ୍ରିଟି ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି । ଅଭିନେତ୍ରୀ କିଆରା ଆଡଭାଣୀ ତାଙ୍କ ସ୍ୱାମୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ AI ଦ୍ୱାରା ତିଆରି ଏକ ଫଟୋ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଫଟୋରେ ଉଭୟ ୮୦ ଦଶକର ରେଟ୍ରୋ ଲୁକରେ ଦେଖାଯାଉଛନ୍ତି। ସିଦ୍ଧାର୍ଥ ଡବଲ୍ ଡେନିମ୍ ଡ୍ରେସ୍ ସହ ଡାର୍କ ଏଭିଏଟର୍ ଚଷମା ପିନ୍ଧିଛନ୍ତି । କିଆରା ଗୋଲାପୀ ରଙ୍ଗର ଡ୍ରେସ୍, ପଫ୍ ସ୍ଲିଭ୍, ବଡ଼ ହୁପ୍ କାନଫୁଲ ଓ ଚୁଡ଼ି ପିନ୍ଧିଛନ୍ତି । ସେ ଏହି ପୋଷ୍ଟରେ ସିଦ୍ଧାର୍ଥଙ୍କ ଆଗାମୀ ଫିଲ୍ମ ‘ଦ ୱ୍ୱାନ୍’ର ଗୀତ ‘ସମଝୋ ନା’ ମଧ୍ୟ ଯୋଡ଼ିଛନ୍ତି ।

ପରିଣୀତି ଚୋପ୍ରା ଓ ରାଘବ ଚଢ଼ା ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି । ପରିଣୀତି ସ୍ୱାମୀ ରାଘବଙ୍କ ସହ ଭିଣ୍ଟେଜ୍ ଷ୍ଟାଇଲର ଅନେକ ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ ରାଘବ ସୋଫାରେ ଶୋଇ ୱାକମ୍ୟାନରେ ଗୀତ ଶୁଣୁଥିବା ବେଳେ ପରିଣୀତି ତାଙ୍କ ପାଖରେ ବସିଛନ୍ତି । ଅଭିନେତ୍ରୀ ଅମିଷା ପଟେଲ ମଧ୍ୟ ରେଟ୍ରୋ ଲୁକରେ ନଜର ଆସିଛନ୍ତି । ସେ ନିଅନ୍ ପିଙ୍କ୍ ରଙ୍ଗର ଟପ୍, ଡେନିମ୍ ଶର୍ଟ୍ସ ଓ ଲେଗ୍ ୱାର୍ମର୍ ପିନ୍ଧିଛନ୍ତି । ତାଙ୍କ ହାତରେ ରେଟ୍ରୋ ଷ୍ଟାଇଲର ଏକ ବଡ଼ ବୁମ୍‌ବକ୍ସ ମଧ୍ୟ ଦେଖାଯାଉଛି। ଅଭିନେତା ରବି କିଶନ ମଧ୍ୟ AI ଟ୍ରେଣ୍ଡରେ ଯୋଗ ଦେଇଛନ୍ତି। ତାଙ୍କ AI ଫଟୋରେ ସେ ୧୯୮୦ ଦଶକର ବଲିଉଡ୍ ହିରୋ ଭଳି ଦେଖାଯାଉଛନ୍ତି ।

ଅନ୍ୟପଟେ ଶ୍ରୁତି ହାସନ ୮୦ ଦଶକ ନୁହେଁ, ବରଂ ୧୯୬୦ ଦଶକର ଲୁକ୍‌ରେ ନଜର ଆସିଛନ୍ତି। ସେ ପ୍ରିଣ୍ଟେଡ୍ ଟପ୍, ମୁଣ୍ଡରେ ସ୍କାର୍ଫ ଓ ବ୍ଲୁ ଜିନ୍ସ ପିନ୍ଧିଥିବା ଫଟୋ ସେୟାର କରିଛନ୍ତି । ସେହିପରି ତାହିରା କଶ୍ୟପ, ରିଦ୍ଧିମା କପୁର ସାହନୀ ଓ ଡେଜି ଶାହ ମଧ୍ୟ ଏହି ରେଟ୍ରୋ AI ଟ୍ରେଣ୍ଡରେ ସାମିଲ ହୋଇଛନ୍ତି । ରିଦ୍ଧିମା ତାଙ୍କ ଫଟୋ ସହ ଲେଖିଛନ୍ତି, “ଯେତେବେଳେ ୮୦ ଦଶକ ଡାକିଲା, ମୁଁ ମଧ୍ୟ ଏହି ଷ୍ଟାଇଲରେ ଉତ୍ତର ଦେଲି ।” ରିଦ୍ଧିମା ଚଳିତ ବର୍ଷ ‘ଦାଦୀ କି ଶାଦୀ’ ଫିଲ୍ମ ଜରିଆରେ ଅଭିନୟ ଆରମ୍ଭ କରିଛନ୍ତି ।

ପୂର୍ବରୁ ମଧ୍ୟ ଭାଇରାଲ ହୋଇଛି AI ଟ୍ରେଣ୍ଡ: 

ସୋସିଆଲ ମିଡିଆରେ AI ଫଟୋ ଟ୍ରେଣ୍ଡ ନୂଆ ନୁହେଁ । ଜାନୁଆରୀ ୨୦୨୬ରେ ଲୋକମାନେ ୧୦ ବର୍ଷ ପୁରୁଣା ଅର୍ଥାତ୍ ୨୦୧୬ର ଫଟୋ ସେୟାର କରିବାର ଟ୍ରେଣ୍ଡ ମଧ୍ୟ କରିଥିଲେ। ଏଥିରେ ଆଲିଆ ଭଟ୍ଟ, କରୀନା କପୁର ଖାନ୍ ଓ ସୋନମ କପୁରଙ୍କ ଭଳି ଅନେକ ସେଲେବ୍ରିଟି ସାମିଲ ହୋଇଥିଲେ । ଏହା ପୂର୍ବରୁ ମାର୍ଚ୍ଚ ୨୦୨୫ରେ ଷ୍ଟୁଡିଓ ଘିବ୍ଲି ଷ୍ଟାଇଲ୍ AI ଫଟୋ ଟ୍ରେଣ୍ଡ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା । ଏହି ଟ୍ରେଣ୍ଡରେ ଲୋକମାନେ AI ଟୁଲ୍ ବ୍ୟବହାର କରି ନିଜର, ପରିବାର ଓ ସାଙ୍ଗମାନଙ୍କ ଫଟୋକୁ ଘିବ୍ଲି ଆନିମେସନ୍ ଷ୍ଟାଇଲରେ ବଦଳାଇ ସୋସିଆଲ ମିଡିଆରେ ସେୟାର କରିଥିଲେ। ଅମିତାଭ ବଚ୍ଚନ, ପରିଣୀତି ଚୋପ୍ରା ଓ ଅର୍ଜୁନ କପୁରଙ୍କ ଭଳି ସେଲେବ୍ରିଟି ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇଥିଲେ ।

Leave a comment