୨ ଏପ୍ରିଲରେ ରିଲିଜ ହେବ ରାମାୟଣରର ଟିଜର

ରଣବୀର କପୁର ଅଭିନୀତ ନୀତିଶ ତିୱାରି ନିର୍ଦ୍ଦେଶିତ ଫିଲ୍ମ ରାମାୟଣର ଟିଜର ୨ ଏପ୍ରିଲରେ ରିଲିଜ ହେବ । ଏହି ଫିଲ୍ମକୁ ଫ୍ୟାନ୍ସ ବହୁତ ଦିନରୁ ଅପେକ୍ଷା କରିଛନ୍ତି । ରିଲିଜ ପୂର୍ବରୁ ଟିଜରକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ ଗ୍ରୀନ ସିଗନାଲ ଦେଇଛି ।

ଟିଜର ରିଲିଜ ହେବା ପୂର୍ବରୁ ‘ରାମ’ ନାମରେ ଏହି ଟିଜରର ସାର୍ଟିଫିକେଟ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏଥିରେ ରେଟିଂ ଏବଂ ଟାଇମିଂ ବିଷୟରେ ସୂଚନା ମିଳୁଛି । ଟିଜର ଟ୍ରେଲର ଭଳି ଲମ୍ବା ରହିଛି, ଏଥିରେ ଫ୍ୟାନ୍ସଙ୍କୁ ଭଲ କଣ୍ଟେଣ୍ଟ ଦେଖିବାକୁ ମିଳିଛି ।

ଟିଜର ୨ ମିନିଟ ୩୮ ସେକେଣ୍ଡର ରହିଛି । ଏହାକୁ U ରେଟିଂ ମିଳିଛି । ଏହାକୁ ସମସ୍ତ ବର୍ଗର ଲୋକ ଦେଖିପାରିବେ । ମେକର୍ସ କେବଳ ଟାଇଟଲ ଆନାଉସମେଣ୍ଟ ଏବଂ ‘ରାମାୟଣମ୍ : ଦ ଇଣ୍ଟ୍ରୋଡକ୍ସନ’ ନାମରେ ୩ ମିନିଟ ୩ ସେକେଣ୍ଡର ଏକ ଭିଡିଓ ରିଲିଜ ହୋଇଛି । ଭିଡିଓରେ ଫିଲ୍ମର ଭବ୍ୟତା ଏବଂ ଭିଏଫଏକ୍ସର ଝଲକ ଦେଖିବାକୁ ମିଳିଛି । ଏଥିରେ ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ ।

ସେହିପରି ୟଶ ରାବଣ ଭୂମିକାରେ ନଜର ଆସିବେ । ସନ୍ନି ଦେୱଲ ହନୁମାନ ଭୂମିକା, ସାଇ ପଲ୍ଲବୀ ସୀତା ଭୂମିକା, ରବି ଦୁବେ ଲକ୍ଷ୍ମଣ ଭୂମିକାରେ ନଜର ଆସିବେ । ଫିଲ୍ମର ଗୀତ ହଂସ ଜିମର ଏବଂ ଏ.ଆର ରହମାନ ଦେଇଛନ୍ତି । ଫିଲ୍ମର ପ୍ରଥମ ପାର୍ଟ ଦୀପାବଳିରେ ରିଲିଜ ହେବ । ସେହିପରି ଦ୍ବିତୀୟ ପାର୍ଟ ୨୦୨୭ରେ ଫିଲ୍ମ ହଲରେ ନଜର ଆସିବେ ।

Leave a comment