ମଦ୍ୟପାନ ଛାଡ଼ି ନିରାମିଷ ଭୋଜନ ଖାଇବା ଆରମ୍ଭ କରିଛନ୍ତି ରଣବୀର କାପୁର , ଜାଣନ୍ତୁ କାହିଁକି

ସୁପରଷ୍ଟାର ରଣବୀର କପୁର ଏବଂ ସାଇ ପଲ୍ଲବୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ “ରାମାୟଣ”ର ପ୍ରଥମ ଲୁକ ଟିଜର ରିଲିଜ୍ ହୋଇସାରିଛି। ରିଲିଜ୍ ପରେ ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ପ୍ରଥମ ଲୁକ ଟିଜରରେ ରଣବୀର କପୁରଙ୍କୁ ରାମ ଅବତାରରେ ଦେଖିବାକୁ ମିଳିଥିଲା। ସେ ଧନୁ ଧରି ଜଣେ ଯୋଦ୍ଧା ଭାବରେ ଆକ୍ରମଣର ଜବାବ ଦେଉଥିବା ଦେଖାଯାଇଥିଲା।

କେବଳ ଟିଜର ରିଲିଜ୍ ପରେ ହିଁ ନିତେଶ ତିୱାରୀଙ୍କ ରାମାୟଣକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସମସ୍ତେ ଏହି ଫିଲ୍ମକୁ ନେଇ ଆସୁଥିବା ସବୁ ଅପଡେଟ୍ ବିଷୟରେ ଜାଣିବାକୁ ନିଜର ଉତ୍ସାହ ଦେଖାଉଛନ୍ତି। ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଜାୟ ରଖିବା ପାଇଁ ନିର୍ମାତା ଭିନ୍ନ ଭିନ୍ନ ଅପଡେଟ୍ ସେୟାର କରିବା ଆରମ୍ଭ କରିଛନ୍ତି। ଏବେ ଆଉ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ପ୍ରଭୁ ଶ୍ରୀରାମଙ୍କ ଚରିତ୍ର କରିବା ପାଇଁ ରଣବୀର ନିଜ ଜୀବନରେ ବଡ଼ ବଡ଼ ପରିବର୍ତ୍ତନ କରିଥିବା କହିଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ରାମାୟଣରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିବା ପାଇଁ ମୁଁ ମଦ୍ୟପାନ ଛାଡ଼ି ନିରାମିଷ ଭୋଜନ ଖାଇବା ଆରମ୍ଭ କରିଛି। ଧୂମପାନ ଛାଡ଼ି ସାତ୍ତ୍ୱିକ ଖାଦ୍ୟ ଖାଉଛି। ବ୍ୟାୟାମ କରିବା ସହ ଚରିତ୍ରକୁ ଜୀବନ୍ତ କରିବା ପାଇଁ ଧ୍ୟାନ କରୁଛି। ଧୂମପାନ କଥା ଯଦି କହିବି ତେବେ ମୋ ଝିଅ ରାହା ଜନ୍ମ ହେବା ପରଠାରୁ ମୁଁ ଧୂମପାନ କରିବା ଛାଡ଼ି ଦେଇଛି।”

ତେବେ ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ “ରାମାୟଣ” ଦୁଇଟି ଭାଗରେ ମୁକ୍ତିଲାଭ କରିବ। ପ୍ରଥମ ଭାଗ ୨୦୨୬ ଦୀପାବଳିରେ ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ମୁକ୍ତିଲାଭ କରିବ। ଫିଲ୍ମର ଷ୍ଟାରକାଷ୍ଟ ବହୁତ ବଡ଼। ରଣବୀର କପୁର, ୟଶ, ସାଇ ପଲ୍ଲବୀ, ରବି ଦୁବେ, ସନି ଦେଓଲ, ଅରୁଣ ଗୋଭିଲ, ରାକୁଲ ପ୍ରୀତ ସିଂହ, ଲାରା ଦତ୍ତା, ଶୀବା ଚଡ୍ଡା, ଅମିତାଭ ବଚ୍ଚନ, କୁନାଲ କପୁରଙ୍କ ସମେତ ଅନେକ କଳାକାର ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ। ରାମାୟଣ ସବୁଠାରୁ ମହଙ୍ଗା ଭାରତୀୟ ଫିଲ୍ମ ହେବାକୁ ଯାଉଛି। ଏହି ଫିଲ୍ମଟି ୪୦୦୦ କୋଟି ଟଙ୍କାରେ ନିର୍ମିତ ହେବ। ଏଥିମଧ୍ୟରୁ ୧୩୦୦କୋଟି ଟଙ୍କା ଫିଲ୍ମର ପ୍ରଚାରରେ ଖର୍ଚ୍ଚ ହେବ।

Leave a comment