କୋର୍ଟରେ ନିଜ ଦୁଃଖ ପ୍ରକାଶ କଲେ ରାଜପାଳ- ଲୋକମାନଙ୍କ ମନୋରଂଜନ କରି ନିଜେ ଏକ ଡ୍ରାମା ପାଲଟି ଯାଇଛି
ଚେକ୍ ବାଉନ୍ସ ମାମଲାରେ ଫସିଥିବା ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଚେକ୍ ବାଉନ୍ସ ମାମଲାରେ ତାଙ୍କୁ ବଡ ଆଶ୍ଵସ୍ତି ମିଳିଛି । ବୁଧବାର ସୁପ୍ରିମକୋର୍ଟରେ ହାଜର ହୋଇ ରାଜପାଳ ଯାଦବ ଋଣର କିଛି ଅଂଶ ପରିଶୋଧ କରିବା ସହ ୧ କୋଟି ୧୫ ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଛନ୍ତି । ବାକି ୮୫ ଲକ୍ଷ ଟଙ୍କା ପରିଶୋଧ କରିବା ପାଇଁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ସମୟ ମାଗିଛନ୍ତି । କୋର୍ଟରେ ନିଜ ଦୁଃଖ ପ୍ରକାଶ କରି ରାଜପାଳ କହିଥିଲେ ଯେ, ସେ ବର୍ଷ ବର୍ଷ ଧରି ଲୋକଙ୍କୁ ମନୋରଞ୍ଜନ କରିଆସିଛନ୍ତି । କିନ୍ତୁ ଏବେ ନିଜେ ଏକ ଡ୍ରାମା ପାଲଟିଯାଇଛନ୍ତି ।
ରାଜପାଲ କହିଛନ୍ତି, ଲୋକମାନଙ୍କ ମନୋରଂଜନ କରି ନିଜେ ଏକ ଡ୍ରାମା ପାଲଟି ଯାଇଛି । ରାପାଲ ପୁଣି କୌଣସି ଫିଲ୍ମ କିମ୍ବା ସିରିଅଲରେ କାମ କରୁଛନ୍ତି ନା ବୁଲୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ସିଜେଇ । ଅଦାଲତକୁ ରାଜପାଲ କହିଛନ୍ତି, ମୋର ବହୁତ ପଇସା ବୁଡିଯାଇଛି । ଗୋଟିଏ ଫିଲ୍ମରେ ୧୭ କୋଟି ଏବଂ ଗତ ୧୩ ବର୍ଷ ଧରି ଫିଲ୍ମ ନିର୍ମାଣ ନହେବା କାରଣରୁ ମୋଟ ୨୨ କୋଟି ଟଙ୍କାର କ୍ଷତି ହୋଇଥିବା ସେ ଦାବି କରିଛନ୍ତି । ଏବେ ପୁଣି କାମ ମିଳିଥିବାରୁ ସେ ସମସ୍ତ ଟଙ୍କା ପରିଶୋଧ କରିଦେବେ ବୋଲି କହିଛନ୍ତି ।
ଶୁଣାଣି ସମୟରେ CJI ସୂର୍ଯ୍ୟକାନ୍ତ ରାଜପାଳଙ୍କୁ ଭଲ ଫିଲ୍ମ ତିଆରି କରିବାକୁ କହିବା ସହ ତାଙ୍କ ଫିଲ୍ମ ଭଳି ଟଙ୍କା ମଧ୍ୟ ଅତାପତା ଲାପତା ହୋଇଯାଇଛି ବୋଲି କହିଛନ୍ତି । ମୋତେ ଧମକ ଦିଆଯାଇ ଅଦାଲତକୁ ଘୋଷଡା ଯାଇଥିଲା । ୨୦୦ ଫିଲ୍ମରେ କାମ କରି ମଧ୍ୟ ମୋ ଜୀବନ ଆଜି ବରବାଦ୍ । ଏବେ ମୋତେ କାମ ମିଳିଛି । ଏବେ ମୁଁ ଟଙ୍କା ପରିଶୋଧ କରିଦେବି ।
ବଲିଉଡରେ ରାଜପାଲ ଯାଦବ ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ହସାଇଛନ୍ତି । ଭୁଲ ଭୁଲୈୟା, ଚୁପ୍ ଚୁପ୍ କେ, ଫିର ହେରାଫେରି, ମୁଝସେ ଶାଦି କରୋଗୀ, ଭାଗମ ଭାଗ, ଭୁତନାଥ ଭଳି ଫିଲ୍ମରେ କାମ କରିସାରିଛନ୍ତି ।