ଫିଲ୍ମ ନିର୍ମାତା ଆଟଲିଙ୍କ ଘଏ ପୁଣି ଶୁଭିଛି କୁଆଁ କୁଆଁ ରାବ,କନ୍ୟା ସନ୍ତାନ ସ୍ୱରୂପ ଆଶୀର୍ବାଦ ପାଇଛନ୍ତି ପ୍ରଯୋଜକ-ଅଭିନେତା ପ୍ରିୟା ଏଟଲି

ଫିଲ୍ମ ନିର୍ମାତା ଆଟଲିଙ୍କ ଘଏ ପୁଣି ଶୁଭିଛି କୁଆଁ କୁଆଁ ରାବ । ଘରକୁ ଆସିଛନ୍ତି କୁନି ଅତିଥୀ । କାରଣ ତାଙ୍କ ପତ୍ନୀ, ପ୍ରଯୋଜକ-ଅଭିନେତା ପ୍ରିୟା ଏଟଲି, କୁନି ପରୀଙ୍କୁ ଜନ୍ମ ଦେଇଛନ୍ତି । ଜାନୁଆରୀ ୨୦୨୩ରେ ସେମାନଙ୍କ ପୁଅ ମିରଙ୍କୁ ସ୍ୱାଗତ କରିବା ପରେ, ଦମ୍ପତି ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ଯେ ଏପ୍ରିଲ ୨୦ ତାରିଖରେ ଏକ କନ୍ୟା ସନ୍ତାନ ସ୍ୱରୂପ ଆଶୀର୍ବାଦ ପାଇଛନ୍ତି ।

ଏଟଲି ଓ ପ୍ରିୟା ଇନଷ୍ଟାଗ୍ରାମରେ ଏକ ସ୍ୱିଟ୍ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଲେଖାଯାଇଛି, “ମୋ କୁନି ଭଉଣୀ ଆସିଛି,” । ଯେଉଁଥିରେ “ବଡ଼ ଭାଇ ଭାବେ ମିର” ଛୋଟିଆ ଖେଳଣା କାର ଧରି ବସିଛନ୍ତି । ହସି ହସି ସେ ଖେଳୁଥିବାର ନଜର ଆସିଛନ୍ତି ।ଏଟଲି କ୍ୟାପସନରେ ସେୟାର କରିଛନ୍ତି ଯେ ସେ ଏକ ଝିଅର ପିତା ହୋଇ ନିଜକୁ ଧନ୍ୟ ମନେ କରୁଛନ୍ତି । ଦମ୍ପତିଙ୍କ ଖୁସିର ସୀମା ନାହିଁ ।

ଫିଲ୍ମ ଜଗତର ସେଲିବ୍ରିଟିମାନଙ୍କ ତରଫରୁ ଏହି ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । କାଜଲ ଅଗ୍ରୱାଲ, ସାମନ୍ଥା ରୁଥ୍ ପ୍ରଭୁ ଏବଂ ହୁମା କୁରେଶୀଙ୍କ ସମେତ ସେଲିବ୍ରିଟିମାନେ ସେମାନଙ୍କୁ ଓ ସେମାନଙ୍କ ଶିଶୁର ମଙ୍ଗଳ କାମନା କରି ଶୁଭକାମନା ଜଣାଇଛନ୍ତି । ଜାନୁଆରୀ ୨୦୨୬ରେ, ଦମ୍ପତି ପ୍ରେମ, ପରିବାର ଏବଂ ସେମାନଙ୍କ ପ୍ରିୟ ପାଳିତ ପଶୁମାନଙ୍କ ସହିତ ଇନଷ୍ଟାଗ୍ରାମରେ ସେମାନଙ୍କର ଦ୍ୱିତୀୟ ଗର୍ଭଧାରଣର ଖବର ସେୟାର କରିଥିଲେ।

ଗୋଟିଏ ସୁନ୍ଦର ଫଟୋରେ, ପ୍ରିୟା, ମେହେନ୍ଦି-ସବୁଜ ପୋଷାକ ପିନ୍ଧି, ତାଙ୍କ ବେବି ବମ୍ପ ଧରି, ଏଟଲିଙ୍କ ସହିତ ହସୁଛନ୍ତି । ଅନ୍ୟ ଏକ ଫଟୋରେ, ଛୋଟ ମୀର ଖେଳୁଥିବା ଦେଖାଯାଉଛି । ବହୁତ ସୁନ୍ଦର “ବିଗ୍ ବ୍ରଦର” ଭାଇବ୍ସ ଦେଉଛନ୍ତି । ଅନ୍ୟ ଏକ ଫଟୋରେ ସେମାନଙ୍କ ପାଳିତ ପଶୁମାନେ ଏକାଠି ଆରାମ କରୁଥିବା ଦେଖାଯାଉଛି।

ପ୍ରିୟା ତାଙ୍କ କ୍ୟାପସନରେ ଲେଖିଛନ୍ତି, ଆମ ପରିବାରରେ ଜଣେ ନୂତନ ସଦସ୍ୟଙ୍କ ଆଗମନ ସହିତ ଆମ ଘର ଆହୁରି ଖୁସି ହେବାକୁ ଯାଉଛି । ହଁ, ମୁଁ ପୁଣି ଥରେ ଗର୍ଭବତୀ। ଆମକୁ ଆପଣଙ୍କ ପ୍ରାର୍ଥନା, ପ୍ରେମ ଏବଂ ଆଶୀର୍ବାଦ ଆବଶ୍ୟକ । ପ୍ରେମ ସହିତ – ଏଟଲି, ପ୍ରିୟା, ମୀର, ବେକି, ୟୁକି, ଚୋକି, କଫି ଏବଂ ଗୁଫି।

ପୂର୍ବରୁ, ଏହି ଦମ୍ପତି ବିବାହର ଆଠ ବର୍ଷ ପରେ ଡିସେମ୍ବର ୨୦୨୨ରେ ପ୍ରିୟାଙ୍କ ପ୍ରଥମ ଗର୍ଭଧାରଣ ଘୋଷଣା କରିଥିଲେ । ସେମାନେ ଜାନୁଆରୀ ୩୧, ୨୦୨୩ରେ ସେମାନଙ୍କ ପୁଅ ମୀରକୁ ସ୍ୱାଗତ କରିଥିଲେ।ଏଟଲି ଓ ପ୍ରିୟା ଅନେକ ବର୍ଷ ଡେଟିଂ କରିବା ପରେ ୨୦୧୪ରେ ବିବାହ କରିଥିଲେ । ସେମାନଙ୍କର ବିବାହ ଏକ ସାନ ସମାରୋହ ଥିଲା ଯେଉଁଥିରେ ଫିଲ୍ମ ଇଣ୍ଡଷ୍ଟ୍ରୀର ନିକଟତମ ବନ୍ଧୁ ଓ ପରିବାର ଉପସ୍ଥିତ ଥିଲେ ।

ସେବେଠାରୁ, ପ୍ରିୟା ପ୍ରତ୍ୟେକ ପଦକ୍ଷେପରେ ଆଟଲିଙ୍କ ସହିତ ଠିଆ ହୋଇଛନ୍ତି । ତାଙ୍କ ସଫଳ କ୍ୟାରିଅର ସମୟରେ ତାଙ୍କୁ ସମର୍ଥନ କରିଛନ୍ତି।କହି ରଖୁ ଯେ, ଏଟଲି ପୂର୍ବରୁ ଶାହରୁଖ ଖାନଙ୍କ ଜବାନ ନିର୍ଦ୍ଦେଶନା ଦେଇଛନ୍ତି । ସେ ଏବେ ଦୀପିକା ପାଦୁକୋନ-ଅଲ୍ଲୁ ଅର୍ଜୁନଙ୍କ ରାକାରେ ବି ନିର୍ଦ୍ଦେଶନା ଦେଉଛନ୍ତି।

 

Leave a comment