ବନ୍ଧୁତ୍ବ ନିଭାଇଲେ ମୁକେଶ

ଗଣେଷ ଚତୁର୍ଥୀରେ କନ୍ୟା ସନ୍ତାନର ବାପାମାଆ ହୋଇଛନ୍ତି  ଅଭିନେତା ରଣବୀର ସିଂହ  ଓ ଅଭିନେତ୍ରୀ  ଦୀପିକା ପାଦୁକୋନ   । ଏହି ତାରକା ଦମ୍ପତିଙ୍କ ଝିଅ ହେବା ଖବର ଶୁଣିବା ପରେ ପୁରା ବଲିଉଡ଼ ଦୁହିଁଙ୍କ ଶୁଭେଚ୍ଛା ଜଣାଇଛି । ଅନେକ ସେଲିବ୍ରିଟି ମିଡ଼ିଆରେ ଶୁଭେଚ୍ଛା ବାର୍ତା  ଦେଇଥିବା ବେଳେ କେତେକ ବି ଦୁହିଁଙ୍କୁ ଭେଟିଛନ୍ତି । କେବଳ ବଲିଉଡ଼ ତାରକା କାହିଁକି ଦୀପବୀରଙ୍କୁ  ଶୁଭେଚ୍ଛା ଦେବାକୁ ହସ୍ପିଟାଲରେ ପହଞ୍ଚିଥିଲେ ପୃଥିବୀର ଅନ୍ୟତମ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ   । ଭାଇରାଲ ହୋଇଥିବା ଏକ ଭିଡ଼ିଓରେ ମୁକେଶ ଅମ୍ବାନୀ ଏକ କାରରୁ ବାହାରି ହସ୍ପିଟାଲ ଭିତରକୁ ଯାଉଥିବା ଦେଖିବାକୁ ମିଳିଛି । ମୁକେଶ ମାଆ ଓ ପିଲାଙ୍କୁ ହସ୍ପିଟାଲରେ ଭେଟି ଦୁହିଁଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ହସ୍ପିଟାଲ କର୍ତୁପକ୍ଷଙ୍କ ସହ କଥାବାର୍ତା ବି କରିଥିଲେ ବୋଲି ଜାଣିବାକୁ ମିଳିଛି ।

ଏକଥା ସମସ୍ତେ ଜାଣନ୍ତି ଯେ ମୁକେଶ ଅମ୍ବାନୀଙ୍କ ସହ ରଣବୀର ଓ ଦୀପିକାଙ୍କ ସଂପର୍କ ବେଶ ଘନିଷ୍ଠା । କେବଳ ସେତିକି ନୁହିଁ ମୁକେଶ ସାନପୁଅ ଅନନ୍ତ ଅମ୍ବାନୀ ଓ ରଣବୀର କେତେ ଭଲ ବନ୍ଧୁ ତାହା ଅନନ୍ତଙ୍କ ବାହାଘରରେ ଦେଖିବାକୁ ମିଳିଥିଲା  ।ରଣବୀର ରୋମାଞ୍ଚକ ନୃତ୍ୟ ପ୍ରଦର୍ଶକ କରି ଅତିଥିଙ୍କୁ ଚମକୃତ କରି ଦେଇଥିବା ବେଳେ ଦୀପିକା ବି ବେବି ବମ୍ପ ସହ ଉତ୍ସବରେ ସାମିଲ ହୋଇଥିଲା ।