ବକ୍ସ ଅଫିସ୍ରେ କମାଲ କରୁଛି ପୁଷ୍ପା-୨, 6 ଦିନରେ ହଜାରେ କୋଟି
ବକ୍ସ ଅଫିସ୍ରେ କମାଲ କରୁଛି ପୁଷ୍ପା-୨ । ରେକର୍ଡ ଉପରେ ରେକର୍ଡ କରୁଛି ଅଲ୍ଲୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ । ଫିଲ୍ମଟି ଖୁବଶୀଘ୍ର ହଜାରେ କୋଟି ଅତିକ୍ରମ କରିବାକୁ ଯାଉଛି । ଡିସେମ୍ବର ୫ ତାରିଖରେ ମୁକ୍ତିଲାଭ କରିଥିବା ଏହି ସିନେମାଟି ୬ ଦିନରେ ବିଶ୍ବବ୍ୟାପୀ ୯୫୦ କୋଟିର ରୋଜଗାର କରିବାରେ ସଫଳ ହୋଇଛି। ପ୍ରଥମ ଦିନରେ ୧୬୪ କୋଟିର ବ୍ୟବସାୟ କରି ବର୍ଷର ରେକର୍ଡ ସୃଷ୍ଟି କରିଥିଲା । ଆଉ ଏବେ ୬ ଦିନରେ ପାଖାପାଖି ହଜାରେ କୋଟିର ବ୍ୟବସାୟ କରିବାରେ ସଫଳ ହୋଇଛି । ୬ ଦିନ ପରେ ବି ପ୍ରାୟ ସବୁ ଥିଏଟର ହାଉସଫୁଲ ରହୁଛି । ଆଗକୁ ଏହା ବାହୁବଳି-୨ର ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ପୁଷ୍ପା-୨କୁ ନେଇ ଏବେ ବି ଦର୍ଶକଙ୍କ ଭିତରେ କ୍ରେଜ୍ ଲାଗି ରହିଛି ।