୭୪ ବର୍ଷରେ ପାଦ ଦେଲେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ

ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଆଜି ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ସଫଳତା ପାଇଛନ୍ତି। ସେ ତାଙ୍କର ଚମତ୍କାର ଅଭିନୟ ସହ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ଏକ ବିଳାସପୂର୍ଣ୍ଣ ଜୀବଳଶୈଳୀ ବଜାୟ ରଖନ୍ତି।
ରଜନୀକାନ୍ତଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୪୩୦ କୋଟି ଟଙ୍କା। ସେମାନେ ଗୋଟିଏ ଫିଲ୍ମ ପାଇଁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି। ଚେନ୍ନାଇର ପୋସ ଗାର୍ଡେନ୍‌ରେ ରଜନୀକାନ୍ତଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ଅଛି। ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୫ କୋଟି ଟଙ୍କା। ଏହା ବ୍ୟତୀତ ରଜନୀକାନ୍ତ ଏକ ବିବାହ ହଲ ମଧ୍ୟ ଚଳାନ୍ତି। ତାଙ୍କ ବିବାହ ହଲ୍‌ର ମୂଲ୍ୟ ୨୦ କୋଟି ଟଙ୍କା ଏବଂ ଏହାର ନାମ ରାଘବେନ୍ଦ୍ର ମଣ୍ଡପମ।
ରଜନୀକାନ୍ତଙ୍କର ଦୁଇଟି ରୋଲ୍ସ ରୋଏସ ମଡେଲ ଅଛି। ଖବର ଅନୁଯାୟୀ, ରୋଲ୍ସ ରୋଏସ ଘୋଷ୍ଟର ମୂଲ୍ୟ ୬ କୋଟି ଟଙ୍କା ଏବଂ ଅନ୍ୟ ରୋଲ୍ସ ରୋଏସ ଫାଣ୍ଟମ୍‌ର ମୂଲ୍ୟ ୧୬.୫ କୋଟି ଟଙ୍କା। ଏହା ବ୍ୟତୀତ ତାଙ୍କ ପାଖରେ ବିଏମଡବ୍ଲୁ ଏକ୍ସ୫ର ମୂଲ୍ୟ ୧.୭୭ କୋଟି, ମର୍ସିଡିଜ ବେଞ୍ଜ ଜି ୱାଗନ ୨.୫୫ କୋଟି ଟଙ୍କା ଏବଂ ଲମ୍ବୋର୍ଗିନି ଉରୁସ ରହିଛି। ତାଙ୍କ ପାଖରେ ୬ କୋଟି ଟଙ୍କା ମୂଲ୍ୟର ଏକ ବେଣ୍ଟଲି ଲ୍ୟୁମିନସ କାର ମଧ୍ୟ ଅଛି।