ମଙ୍ଗଳସୂତ୍ରକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ କୀର୍ତ୍ତି

ମଙ୍ଗଳସୂତ୍ରକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ କୀର୍ତ୍ତି  । ବିବାହ ପରେ ତାଙ୍କ ବେକରେ ଏବେ ମଙ୍ଗଳସୂତ୍ର ସଦାବେଳେ ଦେଖିବାକୁ ମିଳୁଛି ।  ସୋସିଆଲ ମିଡିଆରେ ତାଙ୍କୁ ନେଇ ଏବେ ଆଲୋଚନା ଜୋର ଧରିଛି । କାହିଁକି ନା କୀର୍ତ୍ତିଙ୍କ ମଙ୍ଗଳସୂତ୍ର ଫଟୋ ଭାଇରାଲ ହେଉଛି । ଦକ୍ଷିଣଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ କୀର୍ତ୍ତି ସୁରେଶଙ୍କ ଫେସନ ସ୍ବତନ୍ତ୍ର ।

ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚା‌ରେ ଥିବା କୀର୍ତ୍ତି ଫିଲ୍ମ ‘ମହାନତୀ’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛନ୍ତି। ଏଇ କିଛିଦିନ ହେଲା ନବବିବାହିତା କୀର୍ତ୍ତି ତାଙ୍କ ମଙ୍ଗଳସୂତ୍ରକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି।

ଡିସେମ୍ବର ୧୨ରେ କୀର୍ତ୍ତିଙ୍କ ବିବାହ ହୋଇଥିବା ବେଳେ ଏବେ ସେ ନିଜର ଆଗାମୀ ଫିଲ୍ମ ‘ବେବି ଜନ୍‌’ର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ପ୍ରଚାର ସମୟରେ ସେ ନିଜର ମଙ୍ଗଳସୂତ୍ର ପିନ୍ଧିବାକୁ ଭୁଲୁ ନଥିବା ଦେଖିବାକୁ ମିଳିଛି। ତାଙ୍କର ଯେଉଁ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି, ସେଥିରେ ସେ ଆଧୁନିକ ପୋଷାକ ସହିତ ହଳଦୀରଙ୍ଗର ମଙ୍ଗଳସୂତ୍ର ପିନ୍ଧିଛନ୍ତି।

ଡିସେମ୍ବର ୧୨ରେ କୀର୍ତ୍ତି ସୁରେଶ ଗୋଆରେ ନିଜର କଲେଜ ଦିନର ପ୍ରେମିକ ଆଣ୍ଟୋନି ଥଟିଲଙ୍କୁ ବିବାହ କରିଛନ୍ତି। କୀର୍ତ୍ତି ଓ ଆଣ୍ଟୋନି ୧୫ବର୍ଷ ଧରି ପ୍ରେମସମ୍ପର୍କରେ ଥିଲେ ହେଁ ଏ ବିଷୟରେ କାହାକୁ ଜଣାଇ ନଥିଲେ।

ବିବାହ ପରେ କୀର୍ତ୍ତି କିଛି ଫଟୋ ନିଜ ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ମଙ୍ଗଳସୂତ୍ର ଓ ତାଙ୍କ ବେଶଭୂଷା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ଜାନୁଆରିରେ କୀର୍ତ୍ତିଙ୍କ ଅଭିନୀତ ଫିଲ୍ମ ‘ବେବି ଜନ୍’ ରିଲିଜ୍ ହେବାକୁ ଥିବା ବେଳେ ବଲିଉଡ୍‌ ଅଭିନେତା ବରୁଣ ଧୱନ ତାଙ୍କ ବିପକ୍ଷରେ ନଜର ଆସିବେ।