ମେଟ୍ ଗାଲା ଇଭେଣ୍ଟରେ ମନୀଷ ମଲହୋତ୍ରାଙ୍କ ଦ୍ବାରା ହୋଇଥିବା ରାଜକୀୟ ଡ଼ିଜାଇନିଂ ଡ୍ରେସ୍ ରେ ନଜର ଆସିଲେ କରଣ ଜୋହର

ମେଟ୍ ଗାଲା ଇଭେଣ୍ଟରେ ନଜର ଆସିଲେ କରଣ ଜୋହର । ତାଙ୍କ ସାଙ୍ଗ ଏବଂ ଲୋକପ୍ରିୟ ଫ୍ୟାଶନ୍ ଡିଜାଇନର ମନୀଷ ମଲହୋତ୍ରାଙ୍କ ଦ୍ବାରା ହୋଇଥିବା ଡିଜାଇନର ଡ୍ରେସ୍ ପିନ୍ଧି କରଣ ଜୋହର ମେଟ୍ ଗାଲାରେ ଡେବ୍ୟୁ କରିଥିଲେ । କରଣ ଜୋହରଙ୍କର କ୍ରିଏଟିଭ୍ ଲୁକ ଏବେ ସୋସିଆଲ ମିଡିଆରେ ଜୋର ଧରିଛି । ଯାହାକୁ ଫ୍ୟାନ୍ସ ଖୁବ୍ ପ୍ରଶଂସା କରିଛନ୍ତି ।

କରଣ ଜୋହର ‘ଫ୍ୟାଶନ୍ ଆର୍ଟ’ ଥିମରେ ଖୁବ୍ ସୁନ୍ଦର ଦିଶୁଥିଲେ । ତାଙ୍କ ଆଉଟଫିଟରେ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । କରଣଙ୍କ ଡ୍ରେସରେ ଭାରତୀୟ କଳାର ରାଜା ରବି ବର୍ମାଙ୍କର କାରୁକାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି । ଏଥିସହ ‘ଫ୍ରେମ୍ଡ ଇନ୍ ଏଟର୍ନିଟି’ ନାମକ ଆଉଟଫିଟରେ କରଣ ଜୋହର ପ୍ରାୟ ୬ ଫୁଟର ଲମ୍ବା ହ୍ୟାଣ୍ଡ ପେଣ୍ଟେଡ୍ କେପ୍ ଉପରେ ଏକ ପାୱାର-ଶୋଲ୍ଡର୍ ଭିଣ୍ଟେଜ୍ ଜ୍ୟାକେଟ୍ ପିନ୍ଧିଥିଲେ । ଏହି ହ୍ୟାଣ୍ଡମେଡ୍ ଆଉଟଫିଟକୁ ତିଆରି କରିବା ପାଇଁ ୮୦ରୁ ଅଧିକ କାରିଗର ୮୫ ଦିନରେ କରିଥିଲେ । ୫୩ ବର୍ଷୀୟ ଜୋହର ବ୍ରାଣ୍ଡ୍ ଜ୍ୟୋଲେରୀ, ମଲ୍ଟି ଜେମଷ୍ଟୋନ୍ ମୁଦି ଏବଂ ରିଙ୍ଗ୍ସ ପିନ୍ଧି ତାଙ୍କ ଲୁକ୍ କମ୍ପ୍ଲିଟ୍ କରିଥିଲେ ।  ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହାରି ମଧ୍ୟରେ କରଣ ଜୋହର ନିଜର ଆଉଟଫିଟ୍ ବିଷୟରେ କହିଛନ୍ତି ଯେ, ‘‘ମୁଁ ଭାରତକୁ ବୁଝାଇବାକୁ ଏଠାକୁ ଆସିନଥିଲି । ବରଂ ମୁଁ ମୋ କମ୍ଫର୍ଟ ପାଇଁ ଆସିଥିଲି । ’’ ସେ ସର୍ବଦା ରାଜା ରବି ବର୍ମାଙ୍କ ଚିତ୍ରକଳାଗୁଡ଼ିକର ପ୍ରଶଂସକ ହୋଇଆସିଛନ୍ତି ମଧ୍ୟ କହିଛନ୍ତି । ମେଟ୍ ଗାଲା ଏହି ମହାନ ଭାରତୀୟ ଚିତ୍ରଶିଳ୍ପୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଉପଯୁକ୍ତ ସ୍ଥାନ ଥିଲା ବୋଲି ଜୋହର କହିଛନ୍ତି । ଏହା ବ୍ୟତୀତ ସେ ଇନଷ୍ଟ୍ରାମରେ ଇନଷ୍ଟାଗ୍ରାମରେ ତାଙ୍କର ମେଟ୍ ଗାଲା ଡେବ୍ୟୁର ଫଟୋ ସେୟାର କରି ଲେଖିଛନ୍ତି ଯେ, “ମୋର ଲୁକ୍ ରାଜା ରବି ବର୍ମାଙ୍କ କଳା ଦ୍ୱାରା ଅନୁପ୍ରାଣିତ। ଫିଲ୍ମରେ ଏହାକୁ ପ୍ରତିଫଳିତ କରିବାକୁ ଚେଷ୍ଟା କରିଥିଲେ । ’’ ମନୀଷଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ଡିଜାଇନକୁ ମଧ୍ୟ ପ୍ରଶଂସା କରିଛନ୍ତି ।

Leave a comment