ବିଶ୍ୱବ୍ୟାପୀ ସର୍ବାଧିକ ରୋଜଗାର କରିଥିବା ୫ ଭାରତୀୟ ଫିଲ୍ମ ମଧ୍ୟରେ ସ୍ଥାନ ପାଇଲା

ଅଭିନେତା ରିଷବ ଶେଟ୍ଟୀଙ୍କ ‘କାନ୍ତାରା: ଚାପ୍ଟର ୧’ ଫିଲ୍ମ ଗତ ୨ ତାରିଖରେ ରିଲିଜ୍‌ ହୋଇଥିଲା। ରିଲିଜ୍‌ ହେବାର ୪ ଦିନ ମଧ୍ୟରେ ଏହି ଫିଲ୍ମ ବିଶ୍ୱବ୍ୟାପୀ ୩୩୫ କୋଟି ଟଙ୍କା ରୋଜଗାର କରିଛି। କେବଳ ଭାରତୀୟ ସିନେମା ହଲଗୁଡ଼ିକରୁ ଏହି ଫିଲ୍ମ ୨୨୩.୭୫ କୋଟି ଟଙ୍କାର ବ୍ୟବସାୟ କରିଛି। ଗୁରୁବାର ରିଲିଜ୍‌ ହେବା ଦିନ ଏହି ଫିଲ୍ମ ଘରୋଇ ବକ୍ସ ଅଫିସରୁ୍ମ ୬୧.୮୫ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ଶୁକ୍ରବାର, ଶନିବାର ଏବଂ ରବିବାର ଏହି ଫିଲ୍ମ ଭାରତୀୟ ସିନେମାହଲ୍‌ଗୁଡ଼ିକରୁ ଯଥାକ୍ରମେ ୪୫.୪, ୫୫ ଏବଂ ୬୧.୫ କୋଟି ଟଙ୍କା ବ୍ୟବସାୟ କରିଛି। ଏହାସହ ‘କାନ୍ତାରା: ଚାପ୍ଟର ୧’ ଫିଲ୍ମ ଚଳିତ ବର୍ଷ ବିଶ୍ୱବ୍ୟାପୀ ସର୍ବାଧିକ ରୋଜଗାର କରିଥିବା ୫ ଭାରତୀୟ ଫିଲ୍ମ ମଧ୍ୟରେ ସ୍ଥାନ ପାଇଛି।

Leave a comment