ରିଲିଜ ହେଲା ସିନେମା ଯବାନ
ରିଲିଜ ହୋଇଛି ସିନେମା ଯବାନ । ଗତକାଲି ରାତି ଦୁଇଟାରେ ମୁମ୍ବାଇ, କୋଲକାତା ଓ ଦିଲ୍ଲୀ ସମେତ ଅନେକ ସହରରେ ରିଲିଜ୍ ହୋଇଛି । ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ଯବାନର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର । ଫିଲ୍ମରେ ଶାହରୁଖ ଖାନଙ୍କ ସମେତ ସାଉଥର ସୁପରଷ୍ଟାର ନୟନତାରା, ବିଜୟ ସେଥୁପତି, ସୁନୀଲ ଗ୍ରୋବର, ରିଧି ଡୋଗ୍ରା ପ୍ରମୁଖ ଅଭିନୟ କରିଛନ୍ତି । ରିଲିଜ ପୂର୍ବରୁ ୭ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇସାରିଥିଲା । ଆଡଭାନ୍ସ ଭୁକିଂରେ ସିନେମା ପାଖାପାଖି ୧୦ କୋଟି ଟଙ୍କା ରୋଜଗାର କରିଥିଲା ।