ଦ୍ୱିତୀୟ ଥର ପାଇଁ ପୁଣି ବାପା ହୋଇଛନ୍ତି ଇଣ୍ଡିଆନ୍ ଆଇଡଲ୍ 12 ର ଫାଇନାଲିଷ୍ଟ ମହମ୍ମଦ ଦାନିଶ
ଇଣ୍ଡିଆନ୍ ଆଇଡଲ୍ 12 ର ଫାଇନାଲିଷ୍ଟ ମହମ୍ମଦ ଦାନିଶଙ୍କ ଘରେ ଖୁସିର ମାହୋଲ ରହିଛି । ୨୦୨୪ରେ ପ୍ରଥମ ସନ୍ତାନ ହେବା ପରେ ୨୦୨୬ରେ ଦ୍ୱିତୀୟ ଥର ପାଇଁ ପୁଣି ବାପା ହୋଇଛନ୍ତି । ଏଥର ସେ ଏକ ଶିଶୁ କନ୍ୟା ସନ୍ତାନକୁ ଘରକୁ ସ୍ବାଗତ କରିଛନ୍ତି ।
ଦାନିଶ ଏହି ଖୁସି ଖବରକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏଥିସହ ସେ ତାଙ୍କ ଝିଅର ଏକ ସୁନ୍ଦର ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ସେ ତାଙ୍କ ନବଜାତ କନ୍ୟାର କାନରେ ଆଜାନ ପଢ଼ୁଥିବା ଦେଖିବାକୁ ମିଳିଛି ।
ଏହି ଭିଡିଓ ପୋଷ୍ଟ କରିବା ସହ ସେ ଲେଖିଛନ୍ତି ଯେ, ଆମର ଛୋଟ ରାଜକୁମାରୀ ଆସିଗଲା । ଅଲ୍ଲାହଙ୍କ ଏହି ଅମୂଲ୍ୟ ଉପହାର ପାଇଁ ଅଲହାମଦୁଲିଲ୍ଲାହ । ଏହି ପୋଷ୍ଟ ସେୟାର ହେବା ପରେ ତାଙ୍କ ଫ୍ୟାନ୍ସ ଓ ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ ମହମ୍ମଦ ଦାନିଶ ଓ ତାଙ୍କ ପତ୍ନୀ ଫରହିନ୍ ଆଫ୍ରିଦି ଜଣେ ପୁଅ ଓ ଜଣେ ଝିଅର ମାତା-ପିତା ହୋଇଛନ୍ତି । ସେମାନଙ୍କର ଏହି ଭିଡିଓକୁ ଲୋକେ ବହୁତ ପସନ୍ଦ କରୁଛନ୍ତି ।
ମହମ୍ମଦ ଦାନିଶ ଜଣେ ପରିଚିତ ଭାରତୀୟ ପ୍ଲେବ୍ୟାକ୍ ଗାୟକ ଓ ସଙ୍ଗୀତକାର । ସେ ନିଜର ସୁଫି ଗୀତ ଓ ଦମଦାର ଷ୍ଟେଜ୍ ପରଫର୍ମାନ୍ସ ପାଇଁ ପ୍ରସିଦ୍ଧ । ସେ ପ୍ରଥମେ ଭଏସ୍ ର ଦ୍ୱିତୀୟ ସିଜନରେ ନଜର ଆସିଥିଲେ । କିନ୍ତୁ ଇଣ୍ଡିଆନ୍ ଆଇଡଲ୍ ୧୨ ତାଙ୍କୁ ସବୁଠାରୁ ଅଧିକ ପରିଚୟ ଦେଇଥିଲା । ସେ ସେହି ସିଜନର ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ଚତୁର୍ଥ ସ୍ଥାନ ହାସଲ କରିଥିଲେ ।
ଦାନିଶଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ସେ ଫରହିନ୍ ଆଫ୍ରିଦିଙ୍କୁ ବିବାହ କରିଛନ୍ତି । ଦୁହେଁଙ୍କ ବିବାହ ୨୭ ଏପ୍ରିଲ୍ ୨୦୨୪ରେ ପାରିବାରିକ ସମ୍ମତିରେ ହୋଇଥିଲା । ବର୍ତ୍ତମାନ ଏହି ଦମ୍ପତି ଜଣେ ପୁଅ ଓ ଜଣେ ଝିଅର ମାତା-ପିତା ହୋଇଛନ୍ତି । ସେମାନଙ୍କ ବିବାହ ଉତ୍ସବରେ ସୋନୁ ନିଗମ, ରାଖୀ ସାୱନ୍ତ, ପଲକ ମୁଚ୍ଛଲ ଓ ଜାଭେଦ ଅଲିଙ୍କ ପରି ଅନେକ ଚର୍ଚ୍ଚିତ ବ୍ୟକ୍ତି ଯୋଗ ଦେଇଥିଲେ ।