‘ଫାଇଟର’ ସିକ୍ସେଲ ଆଣିବା ପାଇଁ ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଯୋଜନା କରିଥିବା ଜଣାପଡ଼ିଛି
ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଫିଲ୍ମ ‘ଫାଇଟର’ ୨୦୨୪ ମସିହାରେ ରିଲିଜ୍ ହୋଇଥିଲା। ଏଥିରେ ହ୍ରିତିକ୍ ରୋଶନ ଓ ଦୀପିକା ପାଦୁକୋନ୍ ଲିଡ୍ ରୋଲରେ ନଜର ଆସିଥିଲେ । ଏହା ବକ୍ସ ଅଫିସ୍ରେ ଦମ୍ଦାର ବିଜନେସ କରିଥିଲା । ଏବେ ସିଦ୍ଧାର୍ଥ ଏହାର ସିକ୍ସେଲ ଆଣିବା ପାଇଁ ଯୋଜନା କରିଥିବା ଜଣାପଡ଼ିଛି । ସିଦ୍ଧାର୍ଥ ଏବେ ଶାହାରୁଖଙ୍କ ସହ ‘କିଙ୍ଗ୍’ ଫିଲ୍ମର ସୁଟିରେ ବ୍ୟସ୍ତ ଅଛନ୍ତି।
‘କିଙ୍ଗ୍’ ଆସନ୍ତା ଡିସେମ୍ବର ୨୪ରେ ରିଲିଜ୍ ହେବ । ନିକଟରେ ସିଦ୍ଧାର୍ଥ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି, ଯେଉଁଥିପାଇଁ ‘ଫାଇଟର୍ ୨’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏକ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ‘ଫାଇଟର୍ ୨’କୁ ନେଇ ଏକ ପୋଷ୍ଟ ସେୟାର୍ କରାଯାଇଥିଲା | ପୋଷ୍ଟରେ ଲେଖାଯାଇଥିଲା, ‘ଫାଇଟର୍ ୨’ ଫିଲ୍ମ ନିର୍ମାଣ ନିର୍ମାଣ କରାଯାଉଛି। । ସିଦ୍ଧାର୍ଥ ମଧ୍ୟ ଏହାର ପ୍ରି-ପ୍ରଡକ୍ସନ୍ କାମ ସେପ୍ଟେମ୍ବରରୁ ଆରମ୍ଭ କରିବେ ବୋଲି ରେ କହିଛନ୍ତି। ମୂଳ ଫିଲ୍ମ ଭଳି ଏହାର ସିକ୍ସେଲରେ ମଧ୍ୟ ଦ୍ଵିତିକ୍ ଓ ଦୀପିକା ନଜର ଆସିବେ । ଏହାର ବଜେଟ୍ ୫୦୦ କୋଟି ରହିଛି ।
ଏହା ଏକ ଭାରତୀୟ ଆକ୍ସନ ଫିଲ୍ମ ତୁଳନାରେ ଯଥେଷ୍ଟ ଅଧିକ ବୋଲି କୁହାଯାଉଛି । ଏହି ପୋଷ୍ଟ ଉପରେ ସିଦ୍ଧାର୍ଥ କାହାରି ନଜର ନ ଲାଗୁ ଇମୋଜି ଦେଇଥିଲେ । ତେବେ ସିଦ୍ଧାର୍ଥଙ୍କ ଏଭଳି ପ୍ରତିକ୍ରିୟାରୁ ସେ ‘ଫାଇଟର୍ ୨’ ଆଣୁଛନ୍ତି ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ଏଥିରେ ଶାହରୁଖଙ୍କ ଝିଅ ସୁହାନା ଖାନ୍, ଅଭିଷେକ ବଚ୍ଚନ, ଅନୀଲ କପୁର, ଦୀପିକା ପାଦ୍ୟୁକୋନ୍, ରାନୀ ମୁଖାର୍ଜୀ ପ୍ରମୁଖ ନଜର ଆସିବେ । ତେବେ ଏହି ଖବର କେତେ ସତ ତାହା ଆଗକୁ ଜଣାପଡିବ ।