ଅସ୍ତ ହୋଇଗଲେ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲ

ଅସ୍ତ ହୋଇଗଲେ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲ । ୯୦ ବର୍ଷ ବୟସରେ ମୁମ୍ବାଇରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ୧୯୭୬ରେ ଶ୍ୟାମ ବେନେଗଲଙ୍କୁ ଭାରତ ସରକାର ପଦ୍ମଶ୍ରୀ ଓ ୧୯୯୧ରେ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ ।  ଶ୍ୟାମ ବେନେଗଲଙ୍କ ପ୍ରସିଦ୍ଧ ପିଲ୍ମ ମଧ୍ୟରେ ରହିଛି ଜୁବେଦା, ମନ୍ଥନ ଓ ସର୍ଦ୍ଦାରୀ । ଶ୍ୟାମ ବେନେଗଲଙ୍କ ପରଲୋକ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ବଡ କ୍ଷତି ବୋଲି କୁହାଯାଉଛି । ଆଜି ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବଲିଉଡ ସେଲିବ୍ରିଟିଙ୍କ ଗହଣରେ ଶ୍ୟାମ ବେନେଗଲ ୧୪ ଡିସେମ୍ବରରେ ୯୦ତମ ଜନ୍ମଦିନ ପାଳନ କରିଥିଲେ । ଜଣେ ନିର୍ଦ୍ଦେଶକ ଭାବରେ ଅନ୍ତର୍ଜାତୀୟ ସ୍ତରରେ ସେ ବେଶ ନାଁ କମାଇଥିଲେ । ନିଶାନ୍ତ, ମନ୍ଥନ, ଭୂମିକା ଓ ସର୍ଦ୍ଦାରୀ ବେଗମ ଭଳି ଅନେକ କାଳଜୟୀ ଫିଲ୍ମ ନିର୍ମାଣ କରିଛନ୍ତି ଶ୍ୟାମ ବେନେଗଲ ।