‘ଆଓ୍ବାରାପନ ୨’ ଲାଗି ଇମରାନ ହାଶମୀଙ୍କୁ ମିଳିଛି ୧୦ରୁ ୧୨କୋଟି ଟଙ୍କା
୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ଆଓ୍ବାରାପନ’ ଇମରାନ ହାଶମୀଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଫିଲ୍ମରେ ସାମିଲ । ଏହି ଆକ୍ସନ- ଥ୍ରୀଲରରେ ସେ ‘ଶିବମ ପଣ୍ଡିତ’ଙ୍କ ଚରିତ୍ର ନିଭାଇଥିଲେ । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏବେ ପ୍ରାୟ ୧୯ବର୍ଷ ପରେ ଇମରାନ ଏହି ଚରିତ୍ର ସହ ‘ଆଓ୍ବାରାପନ ୨’ରେ ଫେରିବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ‘ଆଓ୍ବାରାପନ ୨’ ଲାଗି ଇମରାନ ହାଶମୀଙ୍କୁ ପ୍ରାୟ ୧୦ରୁ ୧୨କୋଟି ଟଙ୍କାର ମୋଟା ଫିସ୍ ମିଳିଛି । ମାତ୍ର ଏହି ଟଙ୍କାକୁ ନେଇ ମେକର୍ସଙ୍କ ତରଫରୁ କୌଣସି ଅଫିସିଆଲ କନଫର୍ମେଶନ କରାଯାଇନାହିଁ । ଫଳରେ ଡେବ୍ୟୁରୁ ନେଇ ଆଜି ପର୍ଯ୍ୟନ୍ତ ଅଭିନେତାଙ୍କ ଫିସରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଇମରାନ ହାଶମୀ ୨୦୦୩ରେ ଆସିଥିବା କ୍ରାଇମ୍- ଥ୍ରୀଲର ପିଲ୍ମ ‘ଫୁଟପାଥ’ରୁ ଆକ୍ଟିଂର ଦୁନିଆରେ ପାଦ ରଖିଥିଲେ। ବିକ୍ରମ ଭଟ୍ଟଙ୍କ ନିର୍ଦେଶନାରେ ହୋଇଥିବା ଏହି ଫିଲ୍ମରେ ଅଫତାବ ଶିବଦାସନୀ ଏବଂ ରାହୁଲ ଦେବ ବି ଥିଲେ। ଫିଲ୍ମରେ ଇମରାନ ସପୋର୍ଟିଂ ଚରିତ୍ରରେ ନଜର ଆସିଥିଲେ। କିନ୍ତୁ ତାଙ୍କ ଅଭିନୟ ଲୋକଙ୍କୁ ବହୁ ପସନ୍ଦ ଆସିଥିଲା । ରିପୋର୍ଟ ଅନୁସାରେ ଇମରାନଙ୍କ ପ୍ରଥମ ଫିଲ୍ମ ‘ଫୁଟପାଥ’ ଲାଗି ତାଙ୍କୁ ୨୫ଲକ୍ଷ ଟଙ୍କା ମିଳିଥିଲା । ଏହି ଅନୁସାରେ ‘ଆଓ୍ବାରାପନ ୨ ’ ଲାଗି କୁହାଯାଉଛି କି ଫିସ୍ ତାଙ୍କର ଆୟ ଏବଂ ଦର୍ଶକଙ୍କ ମଧ୍ୟରେ ଡିମାଣ୍ଡ ଦେଖାଯାଉଛି । ଇମରାନ ହାଶମୀଙ୍କ ପ୍ରଥମ ସୋଲୋ ଲିଡ ଫିଲ୍ମ ୨୦୦୪ରେ ଆସିଥିବା ‘ମର୍ଡ଼ର’ ଥିଲା, ଯେଉଁଥିରେ ସେ ଲିଡ୍ ରୋଲ୍ ପ୍ଲେ କରିଥିଲେ ଏବଂ ଏହି ଫିଲ୍ମରେ ତାଙ୍କୁ ବଡ଼ ପରିଚୟ ମିଳିଥିଲା ।
ପ୍ରକାଶ ଯେ, ‘ଆଓ୍ବାରପନ ୨’ ଫିଲ୍ମ ୧୪ଅଗଷ୍ଟ ୨୦୨୬ରେ ଫିଲ୍ମ ହଲରେ ରିଲିଜ ହେବାରେ ଅଛି । ନୀତିନ କକ୍କଡ଼ଙ୍କ ନିର୍ଦେଶନାରେ ନିର୍ମାଣ ଏହି ଫିଲ୍ମରେ ଇମରାନ ହାଶମୀଙ୍କ ସହ ଦିଶା ପଟାନୀ ଏବଂ ଶବାନା ଆଜମୀ ବି ଅଛନ୍ତି । ଶବାନା ଆଜମୀ ଫିଲ୍ମରେ ନେଗେଟିଭ୍ ରୋଲ୍ ପ୍ଲେ କରୁଥିବା ଦେଖାଯିବେ । ଫିଲ୍ମକୁ ସେନ୍ସର ବୋର୍ଡ଼ରୁ UA ସାର୍ଟିଫିକେଟ ମିଳିଛି ଏବଂ ଏହାର ରନ୍ ଟାଇମ୍ ୨ଘଣ୍ଟା ୨୦ମିନିଟ ୨୦ସେକେଣ୍ଡ ଅଟେ । ଫିଲ୍ମର ଦମଦାର ଟ୍ରେଲର ୬ଅଗଷ୍ଟ ୨୦୨୬ରେ ରିଲିଜ ହୋଇଛି । ଯେଉଁଥିରେ ଜବରଦସ୍ତ ଆକ୍ସନ ଏବଂ ଇମୋଶନାଲ୍ ଡ୍ରାମାର ଝଲକ ଦେଖିବାକୁ ମିଳିଛି । ‘ଆଓ୍ବାରାପନ ୨’ରେ ଇମରାନ ପୁଣି ଥରେ ଶିବମ ପଣ୍ଡିତଙ୍କ ଚରିତ୍ରରେ ଅପରାଧ ଦୁନିଆର ନୂଆ କାହାଣୀକୁ ନେଇ ଫେରିବେ । ଏବେ ଦେଖିବାକୁ ବାକି ରହିଲା କି ୧୪ଅଗଷ୍ଟରେ ରିଲିଜ ହେଉଥିବା ଏହି ଫିଲ୍ମ ଲୋକଙ୍କ ଆଶା ଉପରେ କେତେ ପ୍ରଭାବ ପକାଇବ ।