ନୂଆ ପ୍ରେମିକଙ୍କ ସହ ନଜର ଆସିଲେ ଦିଶା !
ବଲିଉଡ୍ର ବଛା ବଛା ଫିଟ୍ ଅଭିନେତ୍ରୀଙ୍କ ମଧ୍ୟରୁ ଦିଶା ପଟାନୀ ଅନ୍ୟତମ। ସୋସିଆଲ୍ ମିଡିଆରେ ଦିଶା ନିଜ କ୍ରେଜି ଲୁକ୍ରେ ଦର୍ଶକଙ୍କୁ ଘାଏଲ କରିଥାନ୍ତି। ଦିଶାଙ୍କୁ ତାଙ୍କର ଅଭିନୟ ପାଇଁ ଦର୍ଶକ ଯେତେ ପସନ୍ଦ କରନ୍ତି, ତାଙ୍କର ଚୁଲ୍ବୁଲି ଅନ୍ଦାଜ ପାଇଁ ବି ସେତେ ଅଧିକ ପସନ୍ଦ କରିଥାନ୍ତି। ତେବେ ଦିଶା ତାଙ୍କର ବ୍ୟକ୍ତିଗତ କଥା ପାଇଁ ବି ଚର୍ଚ୍ଚାରେ ରହିଥାନ୍ତି ଅଧିକାଂଶ ସମୟରେ। ଦିଶା ଏବେ ଚର୍ଚ୍ଚା ପାଲଟିଛନ୍ତି ନିଜର ପ୍ରେମ ବ୍ୟାପାରକୁ ନେଇ। ଆମେ ଜାଣିଥିଲେ ଯେ ଦିଶା ଟାଇଗର୍ ଶ୍ରଫ୍ଙ୍କ ସହ ପ୍ରେମ ସଂପର୍କରେ ଥିଲେ। ମାତ୍ର ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ତାଙ୍କୁ ଏବେ ଅନ୍ୟ ଜଣେ ଯୁବକଙ୍କ ସହ ଦେଖିବାକୁ ମିଳୁଛି। ସେ ଯୁବକ ଜଣକ ହେଉଛନ୍ତି ଆଲେକ୍ଜେଣ୍ଡର୍ ଆଲେକ୍ସ। ଦିଶା ପଟାନୀଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଦିଶାଙ୍କର ଏହି ଯୁବକଙ୍କ ସହ ଅନେକ ଫଟୋ ରହିଛି। ସେମାନେ ଜିମ୍ରେ ଏକାସାଥୀରେ ୱାର୍କଆଉଟ୍ କରନ୍ତି। ଆଲେକ୍ଜେଣ୍ଡର୍ ଆଲେକ୍ସ ହେଉଛନ୍ତି ଦିଶାଙ୍କର ଜିମ୍ ଟ୍ରେନର୍। ତେବେ ଦିଶାଙ୍କୁ ଏହି ଯୁବକଙ୍କ ସହ ଦେଖିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଅନେକ ମଜାଦାର କମେଣ୍ଟ୍ ସବୁ ଲେଖିବାରେ ଲାଗିଛନ୍ତି। ଜଣେ ବ୍ୟବହାରୀ ଲେଖିଛନ୍ତି, \’ଟାଇଗର୍ ଅଭି ଜିନ୍ଦା ହୈ\’। ତେବେ ପୂର୍ବରୁ ଦିଶାଙ୍କ ସହ ପ୍ରେମ ସଂପର୍କକୁ ଆଲେକ୍ଜେଣ୍ଡର୍ ଆଲେକ୍ସ ଖଣ୍ଡନ କରିଥିଲେ। ମାତ୍ର ଦିଶା ବାରମ୍ବାର ସୋସିଆଲ୍ ମିଡିଆରେ ଆଲେକ୍ଜେଣ୍ଡର୍ ଆଲେକ୍ସଙ୍କ ସହ ନିଜ ଫଟୋ ସେୟାର କରିବାରୁ ପ୍ରଶଂସକଙ୍କ ଅନୁମାନ ଆହୁରି ଦୃଢ଼ ହେବାରେ ଲାଗିଛି।