ଗଣେଶ ପୂଜାରେ ବଡ଼ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ଡେଲିଭରି ବୟ-୨

ଗଣମାଧ୍ୟମର ଦାୟିତ୍ୱବୋଧ ଓ ସାମାଜିକ ଗଣମାଧ୍ୟମର ଅପବ୍ୟବହାର । ଏ ଦିଗରେ ସଚେତନତାକୁ ନେଇ ଗଣେଶ ପୂଜାରେ ବଡ଼ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ଡେଲିଭରି ବୟ-୨ । ମଙ୍ଗଳବାର ଏହାର ସ୍ପେଶାଲ ସ୍କ୍ରିନିଙ୍ଗ ହୋଇଛି । ବିଶେଷ କରି ଜଣେ ଡେଲିଭରି ବୟର ସଂଘର୍ଷ ଓ ତାଙ୍କ ଜୀବନର ଅକୁହା କଥା ଏଥିରେ ଦର୍ଶାଯାଇଛି । ମୌଳିକ କାହାଣୀ ସହିତ ସମାଜରେ ଘଟୁଥିବା କିଛି ଘଟଣାକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ । ତେଣୁ ପୂଜା ବଜାରରେ ଚଳଚ୍ଚିତ୍ରକୁ ଭଲ ପାଇବା ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି । ଅଶ୍ବିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜକ ଓ କାହାଣୀ ଲେଖିଛନ୍ତି ଜେଆରଏମ । ମୁଖ୍ୟ ଭୂମିକାରେ ଅଛନ୍ତି ଅର୍ଚ୍ଚିତା, ଶୈଳେନ୍ଦ୍ର, ବୁଦ୍ଧାଦିତ୍ୟ, ପ୍ରିୟମ୍ବଦା, ଶ୍ରୀତମ, ପୁପିନ୍ଦର, ସୁଶାନ୍ତ ଦାସ ମହାପାତ୍ର । ଗୀତ ଲେଖିଛନ୍ତି ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ । ଆଉ ଗୀତ ଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ । କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ ନନ୍ଦ, ଅନ୍ତରା ଓ ମଣ୍ଟୁ ଛୁରିଆ ।

Leave a comment