‘ସାବରମତୀ ରିପୋର୍ଟ’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

୨୦୦୨ ଫେବୃଆରି ୨୭ରେ ଘଟିଥିବା ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ନିର୍ମାଣ ହୋଇଛି ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’। ଗତ ୧୫ ତାରିଖରେ ଏହି ଚଳଚ୍ଚିତ୍ର ସାରା ଦେଶରେ ରିଲିଜ୍‌ ହୋଇଛି। ଓଡ଼ିଶାରେ ପ୍ରତିଦିନ ୪୦ରୁ ଅଧିକ ସୋ’ ଲାଗିଛି। ଆଜି ଏହି ଚଳଚ୍ଚିତ୍ରକୁ ଆଜି ଓଡ଼ିଶା ସରକାର କରମୁକ୍ତ କରିଛନ୍ତି।