ଭୁବନେଶ୍ୱରରେ ବଲିଉଡ୍ ଅଭିନେତା ଗୋବିନ୍ଦା,ଅନ୍ଦାଜ ଓ ଷ୍ଟାଇଲରେ ଝୁମିବେ ରାଜଧାନୀବାସୀ

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ବଲିଉଡ୍ ଅଭିନେତା ଗୋବିନ୍ଦା ।  ତାଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।  ଆଜି ଭୁବନେଶ୍ୱରର ଝାରପଡ଼ା ଦୁର୍ଗାପୂଜା ସମିତିରେ ଯୋଗଦେବେ ଗୋବିନ୍ଦା । ଏଥିପାଇଁ ପୂଜା କମିଟି ପକ୍ଷରୁ ବିମାନବନ୍ଦରରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ।  ଓଡ଼ିଶା ମାଟିକୁ ନମସ୍କାର ଜଣାଇବା ସହ ପୂଜା ସମୟରେ ନିମନ୍ତ୍ରଣ କରିଥିବାରୁ ଗୋବିନ୍ଦା ପୂଜା କମିଟିକୁ ଧନ୍ୟବାଦ ଜଣାଇଛନ୍ତି ।  ତାଙ୍କ ଆଗମନକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି ।  ଗୋବିନ୍ଦାଙ୍କ ଲୋକପ୍ରିୟ ଅନ୍ଦାଜ ଓ ଷ୍ଟାଇଲରେ ଝୁମିବେ ରାଜଧାନୀବାସୀ ।

Leave a comment