ଫିଲ୍ମ ବନ୍ଦରର ଅଫିସିଆଲ ଟ୍ରେଲର ରିଲିଜ,ଜୁନ୍ ୫ରେ ରିଲିଜ ହେବ

ପୁରା ଦେଶରେ ଧମାକେଦାର ଟିଜର ରିଲିଜ କରିବା ପରେ ଫିଲ୍ମ ବନ୍ଦରର ଅଫିସିଆଲ ଟ୍ରେଲର ରିଲିଜ ହୋଇଛି । ଅଢେଇ ମିନିଟର ଏହି ଟ୍ରେଲର ଦେଖି ଦର୍ଶକ ଉତ୍ସାହିତ ରହିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏବଂ ବବି ଦେୱଲ ପ୍ରଥମ ଥର ପାଇଁ ଏକାଠି କାମ କରୁଛନ୍ତି । ଆନିମଲ ଏବଂ ଦ ବ୍ୟାଡଆସ୍ ଅଫ ବଲିଉଡ ଭଳି ସୁପରହିଟ୍ ଫିଲ୍ମ ପରେ ବବି ଦେୱଲ ପୁଣିଥରେ ଭିନ୍ନ ରୂପରେ ଦେଖିବାକୁ ମିଳିଛନ୍ତି । ତାଙ୍କ ନୂଆ ଅବତାର ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଟ୍ରେଲର ଦେଖିବା ପରେ ଦର୍ଶକଙ୍କ ଭିତରେ ଉତ୍ସୁକତା ବଢିଛି । ଆନିମଲ ଭଳି ବବି ଦେୱଲଙ୍କୁ ଅଭିନୟ ପାଇଁ ଖୋଲା ଆକାଶ ମିଳିଛି । ତେଣୁ ବବି ଏହି ସୁଯୋଗର ଫାଇଦା ଉଠାଇଛନ୍ତି । ଏହି ସ୍ପାଇ-ଡାର୍କ କମେଡି ଥ୍ରୀଲର ଫିଲ୍ମରେ କେବଳ ବବି ଦେୱଲ ନୁହେଁ, ବରଂ ବହୁତ ବଢିଆ କଳାକାର ଅଭିନୟ କରିଛନ୍ତି । ସାନ୍ୟା ମଲହୋତ୍ରା, ରାଜ ବି ସେଟ୍ଟୀ, ସପନା ପବ୍ବି, ସବା ଆଜାଦ, ରିଦ୍ଧି ସେନ, ଜିତେନ୍ଦ୍ର ଜୋଶୀ, ଇନ୍ଦ୍ରଜିତ ଏବଂ ନାଗେଶ ଭୋସଲେଁ ଭଳି କଳାକାର ରହିଛନ୍ତି ।

ବନ୍ଦର ଫିଲ୍ମର ନିର୍ଦ୍ଦେଶନା ଅନୁରାଗ କଶ୍ୟପ ଦେଇଥିବା ବେଳେ କାହାଣୀ ସୁଦୀପ ଶର୍ମା ଏବଂ ଅଭିଷେକ ବାନାର୍ଜୀ ଲେଖିଛନ୍ତି । ପୂର୍ବରରୁ ଏମାନେ ପାତାଲ ଲୋକ, କୋହରା ଏବଂ ଉଡତା ପଞ୍ଜାବ ଭଳି ଫିଲ୍ମ କରିସାରିଛନ୍ତି । ଫିଲ୍ମଟି ଆସନ୍ତା ଜୁନ୍ ୫ରେ ରିଲିଜ ହେବ ।

Leave a comment