ହଟିଲା ପିୟୁଶଙ୍କ ଉପରୁ ମଞ୍ଚ ଚଢ଼ିବା ପ୍ରତିବନ୍ଧକ, ଆଜିଠାରୁ ମଞ୍ଚ ଉପରେ ଯାତ୍ରା ପରିବେଷଣ କରିପାରିବେ ପୀୟୁଷ ତ୍ରୀପାଠୀ

ଯାତ୍ରା ଫ୍ୟାନଙ୍କ ପାଇ ଖୁସି ଖବର ।  ହଟିଲା ପିୟୁଶଙ୍କ ଉପରୁ ମଞ୍ଚ ଚଢ଼ିବା ପ୍ରତିବନ୍ଧକ ।  ଆଜିଠାରୁ ମଞ୍ଚ ଉପରେ ଯାତ୍ରା ପରିବେଷଣ କରିପାରିବେ ପୀୟୁଷ ତ୍ରୀପାଠୀ ।  ଏନେଇ ପୁର୍ବରୁ ରହିଥିବା ରହିତାଦେଶକୁ ଖାରଜ କରିଛନ୍ତି କୋର୍ଟ। ଭୁବନେଶ୍ୱର ସିଭିଲ ଜଜ ଜୁନିୟର ଡିଭିଜନ ଶୁଣାଣି ବେଳେ ପୁର୍ବ ନିର୍ଦେଶନାମା କୁ ଖାରଜ କରାଯାଇଛି ।  ଏନେଇ ମଞ୍ଚ ଚଢ଼ିବା ପାଇଁ ଅନୁମତି ଦେଇଛନ୍ତି ।  ପୀୟୁଶଙ୍କ ଉପରେ ଆସିଥିବା ଚୁକ୍ତି ଖିଲାପ ଅଭିଯୋଗ କୁ ନେଇ ରହିତାଦେଶ ଜାରି ହୋଇଥିଲା ।
ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ନେଇ ସିଭିଲ ଜଜଙ୍କ ନିକଟରେ ଇଞ୍ଜେକ୍ସନ ସୁଟ ଫାଇଲ କରିଥିଲେ ଯାତ୍ରା ସୁର୍ଯମନ୍ଦିର ମାଲିକ ସମୀର ତ୍ରୀପାଠୀ ।  ଯାହାକୁ ଆଧାରକରି ଗତ ସାତ ତାରିଖରୁ ପୀୟୁଶଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।  ଯା‌ହା ଆଜିଠାରୁ ହଟିଛି ଏହି ରହିତାଦେଶ।
ପୁର୍ବରୁ ମଧ୍ୟ କଣ୍ଟ୍ରାକ୍ଟ ଓଭାଓଲେସନ ନେଇ ମୋଖିକ ପ୍ରତିବନ୍ଧକ ଲଗାଇଥିବା ଯାତ୍ରା ମାଲିକ ସଙ୍ଘ ।  ଦୀର୍ଘ ବର୍ଷେ ଧରି ମଞ୍ଚଠୁ ଦୁରେଇ ରହିଥିବା ପୀୟୁଷ ଗତ ଜାନୁଆରୀ ପାଞ୍ଚ ତାରିଖରେ ମଞ୍ଚ କୁ ଓହ୍ଲାଇଥିଲେ ।  ତୁ ମୋ ବଜରଙ୍ଗୀ ନାଟକ ଜରିଆରେ ଯାତ୍ରା ସିଂହବାହିନୀ ମଞ୍ଚ ଉପରେ ଯାତ୍ରା ଅଭିନୟ ଆରମ୍ଭ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଥିଲେ ।  ଏଥର ଖଣ୍ଡଗିରି ଯାତ୍ରା ମହାସମର ନେଇ ଆସନ୍ତା ୨୬ତାରିଖ ଅପେକ୍ଷା ରହିଛି ।  ପୀୟୁଷ ଯାତ୍ରା ଦେଖିବା ପାଇଁ ଅପେକ୍ଷା ଥିବା ଫ୍ୟାନଙ୍କ ପାଇ ଏଭଳି ପ୍ରତିବନ୍ଧକ ହଟିବା ଏକ ଆଶ୍ୱସ୍ତି ଆଣିଛି ।

Leave a comment