ରିଲିଜ ପୂର୍ବରୁ ‘କେଜିଏଫ ୨’ ଭାଙ୍ଗିଲା ‘ଆରଆରଆର’ର ରେକର୍ଡ
ମେଟ୍ରୋ ଟିଭି ଓଡିଶା (୧୨.୪.୨୦୨୨):
ଦକ୍ଷିଣ ଭାରତୀୟ ଫିଲ୍ମର ଦବଦବା ସଂପ୍ରତି ପୂରା ଭାରତରେ ଛାଇ ଯାଇଛି। ଗୋଟିଏ ପରେ ଗୋଟିଏ ସାଉଥ ଫିଲ୍ମ ରିଲିଜ୍ ହେଉଛି ଏବଂ ବଡ ବଡ ରେକର୍ଡ ପ୍ରତିଷ୍ଠା ହେଉଛି। କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହି ଫିଲ୍ମଗୁଡିକୁ ବେଶ ପସନ୍ଦ କରାଯାଉଛି। ପୁଷ୍ପା ଏବଂ ଆରଆରଆର ପରେ କେଜିଏଫ ୨ର ପାଳି। ଏହି ଫିଲ୍ମର ଟ୍ରେଲର ଯେବେଠୁ ରିଲିଜ୍ ହୋଇଛି ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଏହାର ଅନ୍ଦାଜ ଏଥିରୁ ଲଗାଇ ପାରିବେ ଯେ, ଫିଲ୍ମ ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂ ମାମଲାରେ ଏସଏସ ରାଜାମୌଲିଙ୍କ ଆରଆରଆରକୁ ପଛରେ ପକାଇ ଦେଇଛି।

ସଂପ୍ରତି ଆରଆରଆର ଫିଲ୍ମ ପୂରା ଦୁନିଆରେ ନିଜର ଜଲଓ୍ଵା ଦେଖାଇ ଚାଲିଛି। ନିକଟରେ ଫିଲ୍ମର ବିଶ୍ଵବ୍ୟାପୀ ବ୍ୟବସାୟ ଅର୍ଥାତ ଓ୍ଵାର୍ଲ୍ଡ ଓ୍ଵାଇଡ କଲେକନ୍ସ ୧୦୦୦ କୋଟି ଟପି ସାରିଛି। ଏହି ସଫଳତା ହାସଲ କରିବାରେ ଏହା ଦେଶର ତୃତୀୟ ଫିଲ୍ମ। ଏବେ ଆଉ ଏକ ରେକର୍ଡ ଭାଙ୍ଗିବା ପାଇଁ ଆସୁଛି ଆଉ ଏକ ଫିଲ୍ମ। ସାଉଥ ମୁଭି କେଜିଏଫ-୨ ରିଲିଜ ପୂର୍ବରୁ ବଡ ଧମାକାର ସଙ୍କେତ ଦେଇଛି। ରିଲିଜ ପୂର୍ବରୁ ହିଁ ଫିଲ୍ମ ପ୍ରାୟ ୨୫ କୋଟି ଟଙ୍କାର ଆଡଭାନ୍ସ ବୁକିଂ କରି ସାରିଛି। ଯାହା ଆରଆରଆରଠୁ ଢେର ଅଧିକ।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଫିଲ୍ମ ଆରଆରଆର ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ କେବଳ ୫ କୋଟି ଟଙ୍କା ଆୟ କରିଥିଲା। ଏହି ଦୃଷ୍ଟିରେ ଦେଖିବାକୁ ଗଲେ କେଜିଏଫ ୨ର ଆଡଭାନ୍ସ ବୁକିଂ ଆରଆରଆରଠୁ ପାଞ୍ଚ ଗୁଣା ଅଧିକ। ଫିଲ୍ମଟି ବିଦେଶରେ ମଧ୍ୟ ଆଶାତୀତ ଆୟ କରିବା ଆରମ୍ଭ କଲାଣି। ଆସନ୍ତୁ ଜାଣିବା କେଜିଏଫ-୨ କେଉଁଠି କେଉଁଠି ଆଡଭାନ୍ସ ବୁକିଂ ଜରିଆରେ କେତେ ଟଙ୍କା ଆୟ କରିଛି।