ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ ଓ ଚାକିରି ସନ୍ଧାନରେ ରହିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ୪୦ ହଜାରରୁ ଅଧିକ ଫ୍ରେଶର୍ସଙ୍କୁ ଭାରତୀୟ ଆଇଟି କମ୍ପାନୀମାନେ ନିଯୁକ୍ତି ଦେବେ । ଆସନ୍ତା ୬ ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଫ୍ରେଶର୍ସମାନେ ନିଯୁକ୍ତି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି ।ଏକ ରିପୋର୍ଟ ମୁତାବକ, ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବଢ଼ୁଥିବା ବେଳେ ନିର୍ମାଣ କ୍ଷେତ୍ରରେ ୧୫-୩୦ ପ୍ରତିଶତରୁ ଅଧିକ ସ୍ନାତକଙ୍କୁ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି । ନିଯୁକ୍ତି ଫାର୍ମ ଲିମଲିଜ ଡିଜିଟାଲର ଏକ ବିଶେଷଣରୁ ଜଣାପଡ଼ିଛି, ଆଇଟି ଉଦ୍ୟୋଗରେ କୃତ୍ରିମ ବୁଦ୍ଧିମତା (ଏଆଇ) ଓ ଉଚ୍ଚ ପ୍ରଦର୍ଶନ କମ୍ପ୍ୟୁଟିଂର ଚାହିଦା ବିଶ୍ୱରେ ବଢ଼ିବାରେ ଲାଗିଛି । ତେଣୁ ସେହି ଚାହିଦାକୁ ପୂରଣ କରିବା ପାଇଁ କମ୍ପାନୀମାନେ ବିଭିନ୍ନ ପଦ ପାଇଁ ପ୍ରାର୍ଥୀଙ୍କୁ ହାୟର କରିବେ ।ତେବେ ଆଇଟି କ୍ଷେତ୍ରରେ ଫ୍ରେଶର୍ସଙ୍କୁ ନିଯୁକ୍ତି ଗତ ୨୦୨୩ରେ ୪୯ ପ୍ରତିଶତ ରହିଥିବା ବେଳେ ଚଳିତ ବର୍ଷ ତାହା ୪୨ ପ୍ରତିଶତକୁ ଖସି ଆସିଛି । ଚଳିତ ବର୍ଷ ଜାନୁଆରୀ-ଜୁନ ମଧ୍ୟରେ ନିଯୁକ୍ତି ସମ୍ଭାବନା ୬୮ ପ୍ରତିଶତ ରହିଥିବା ବେଳେ ଗତବର୍ଷ ସମାନ ଅବଧିରେ ୬୨ ପ୍ରତିଶତ ରହିଥିଲା । ଇ-କମର୍ସ ଓ ଟେକ୍ନୋଲୋଜି କ୍ଷେତ୍ରରେ ୫୫ ପ୍ରତିଶତ, ଇଞ୍ଜିନିୟରି ଓ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ ୫୩ ପ୍ରତିଶତ, ଦୂରସଞ୍ଚାର କ୍ଷେତ୍ରରେ ୫୫ ପ୍ରତିଶତ ନିଯୁକ୍ତି ପାଇ ପାରନ୍ତି । ନିର୍ମାଣ କମ୍ପାନୀମାନେ ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୧୫-୩୦ ପ୍ରତିଶତରୁ ଅଧିକ ସ୍ନାତକଙ୍କୁ ନିଯୁକ୍ତି ଦେଇ ପାରନ୍ତି ।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post
Next Post