ଭାରତୀୟ ନୌସେନା ଅଗ୍ନିବୀର ଭର୍ତ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ନୌସେନା ଦ୍ୱାରା ଅଗ୍ନିବୀର (MR) – 02/2024 ବ୍ୟାଚ୍ ତଥା ଅଗ୍ନିବୀର(SSR) – 02/2024 ବ୍ୟାଚରେ ଭର୍ତ୍ତି ପାଇଁ ଆବେଦନ ପ୍ରକିୟା ଆରମ୍ଭ କରିଛି । ଆଜିଠାରୁ ଏହି ବିଭାଗ ପ୍ରତି ପ୍ରାର୍ଥୀ ଆବେଦନ କରିପାରିବେ ଆଶାୟୀ । ତେବେ ନୌସେନା ଅଗ୍ନିବୀର ଭର୍ତ୍ତି ୱେବସାଇଟର ଅଫିସିଆଲ ପୋର୍ଟାଲ agniveernavy.cdac.in ଜରିଆରେ ଇଚ୍ଛୁକ ପ୍ରାର୍ତୀମାନେ ଏଥିରେ ଆବେଦନ କରିପାରିବେ । ଆସନ୍ତା ମେ’ ୨୭ ତାରିଖ ଆବେଦନ ପାଇଁ ଶେଷ ତାରିଖ ରହିଛି ।ଭାରତୀୟ ନୌସେନା ଅଗ୍ନିବୀର(MR) ଯୋଜନାରେ ଭର୍ତ୍ତି ହେବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଯେକୌଣସି ମାନ୍ୟତାପ୍ରାପ୍ତ ବୋର୍ଡରେ ମାଟ୍ରିକ(10th) ପାସ୍ କରିଥିବା ଆବଶ୍ୟକ । ସେହିପରି ନୌସେନା ଅଗ୍ନିବୀର (SSR) ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କୁ ସିନିୟର ସେକେଣ୍ଡାରୀ(12th) ପରୀକ୍ଷା ପାସ୍ କରିବା ଉଚିତ୍ । ଏହାବ୍ୟତୀତ ପ୍ରାର୍ଥୀଙ୍କ ବୟସ ୨୦୦୩ ନଭେମ୍ବର ୧ ସୁଦ୍ଧା ୩୦ ବର୍ଷରୁ କମ୍ ହେବା ଆବଶ୍ୟକ । ଭାରତୀୟ ନୌସେନାର ଅଗ୍ନିବୀର ଭର୍ତ୍ତି ପାଇଁ ୨ଟି ପର୍ଯ୍ୟାୟରେ ପ୍ରାର୍ଥୀ ଚୟନ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରାାର୍ଥୀଙ୍କୁ ଅଗ୍ନିବୀର ନୌସେନା ପ୍ରବେଶିକା ପରୀକ୍ଷା(INET) ଦେବାକୁ ପଡ଼ିବ ।ଏହା ମୁଖ୍ୟତଃ ଅନଲାଇନ୍ ବା କମ୍ପ୍ୟୁଟର ଦ୍ୱାରା ଚାଳିତ ହୋଇପାରିବ । ଏହି ପରୀକ୍ଷାରେ ବିଶେଷ କରି ଇଂରାଜୀ, ଗଣିତ, ବିଜ୍ଞାନ ଏବଂ ସାଧାରଣ ଜ୍ଞାନରୁ ମୋଟ ୧୦୦ଟି ପ୍ରଶ୍ନ ରହିବ । ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ପ୍ରଦର୍ଶନ ଆଦାରରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କୁ ଫିଜିକାଲ ଟେଷ୍ଟ ପାଇଁ ସୁଯୋଗ ମିଳିବ । ଲିଖିତ ପରୀକ୍ଷା ଏବଂ ମେଡିକାଲ ଟେଷ୍ଟ ପରୀକ୍ଷା ପାଇଁ ସେମାନଙ୍କୁ ସୁଯୋଗ ଦିଆଯିବ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି