ଓଡ଼ିଶା ବେଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ଅଧିନରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏଟିଓ)ଙ୍କୁ ନିଯୁକ୍ତି ଦିଆଯିବ । ଏହି ପଦ ପାଇଁ ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଜାରି ହୋଇଛି ଏକ ଜରୁରୀ ନୋଟିସ୍ । ପ୍ରାର୍ଥୀମାନେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଅପଲୋଡ୍ ନକଲେ ସେମାନେ ଏହି ନିଯୁକ୍ତିରେ ଅଂଶଗ୍ରହଣ କରିପାରିବେ ନାହିଁ । ସେହିପରି ପ୍ରାର୍ଥୀମାନେ ଟ୍ରେଡ୍ ସିଲେକ୍ଟ କରିବା ଆବଶ୍ୟକ । ଆବଶ୍ୟକ ପ୍ରମାଣପତ୍ର ଅପଲୋଡ୍ ନକଲେ ପ୍ରାର୍ଥୀଙ୍କର ପ୍ରାର୍ଥୀତ୍ୱ ରିଜେକ୍ଟ ହୋଇଯିବ ବୋଲି କୁହାଯାଇଛି ।ସୂଚନାଯୋଗ୍ୟ ଯେ, ଏଟିଓ ପଦ ପାଇଁ ଏପ୍ରିଲ ୧୬ରୁ ମେ ୧୫ ମଧ୍ୟରେ ଅନଲାଇନରେ ପଞ୍ଜିକରଣ କରାଯିବ । ଅନଲାଇନ୍ ଆପ୍ଲିକେସନ ସବମିସନର ଅନ୍ତିମ ତାରିଖ ମେ ୧୮ ଓ ଅନଲାଇନ୍ ଆପ୍ଲିକେସନ ସଂଶୋଧନର ଅନ୍ତିମ ତାରିଖ ମେ ୨୧ ରହିଛି । ଏନଟିସି / ଏନଏସି ଧାରୀଙ୍କ ପାଇଁ ୧୨୫ଟି ଓ ଡିପ୍ଲୋମା / ଡିଗ୍ରୀ ଧାରୀଙ୍କ ପାଇଁ ୧୨୫ଟି ପଦ ଖାଲି ରହିଛି । ପ୍ରଥମ ପଦ ପାଇଁ ପ୍ରାର୍ଥୀ ଏନଟିସି / ଏନଏସି/ ଆଇଟିଆଇ ପାସ କରିଥିବା ଆବଶ୍ୟକ । ସେହିପରି ଦ୍ୱିତୀୟ ପଦ ପାଇଁ ପ୍ରାର୍ଥୀ ସର୍ବଭାରତୀୟ ବୈଷିୟକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ / ବୋର୍ଡ/ ୟୁନିଭରସିଟିରୁ ଡିପ୍ଲୋମା / ବି.ଇ/ ବି.ଟେକ ପାସ୍ କରିଥିବା ଆବଶ୍ୟକ
Trending
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
Prev Post
Next Post