ବିଜେଡିର ଆଗ ଧାଡ଼ିର ନେତା ପ୍ରସନ୍ନଙ୍କ ନେଇ ଏବେ ବଢିଛି ଚର୍ଚ୍ଚା । ଆଜି ଏହି ବିଜେଡି ନେତା ନୂଆଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି । ତେବେ ଏହି ଗସ୍ତ ପରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ଦୀର୍ଘ ଦିନର ସମ୍ପର୍କ ତୁଟାଇ ଏବେ ଦଳ ଛାଡ଼ିପାରନ୍ତି ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ । ଶଙ୍ଖ ଛାଡ଼ି ପଦ୍ମ ଧରିବାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି ।ଏଥର ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳରୁ ଅନେକ ପୁରୁଖା ନେତା ଗୃହତ୍ୟାଗ କରିଛନ୍ତି । ବିଜେଡି ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଛନ୍ତି ଚିହ୍ନା ଚେହେରା । ଏବେ ବିଜେଡି ପକ୍ଷରୁ ୫ ଥର ସାଂସଦ ହୋଇଥିବା ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଏହି ତାଲିକାରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଆଜି ପ୍ରସନ୍ନ ପାଟ୍ଟଶାଣୀ ଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିବା ପରେ ଏ ନେଇ ଆଲୋଚନା ଆରମ୍ଭ ହୋଇଛି । ଏବେ ସେ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପାଇଁ ଦିଲ୍ଲୀ ଗସ୍ତ କରିଥିବା ଚର୍ଚ୍ଚା ହେଉଛି । ୧୯୯୮ ମସିହାରୁ ୨୦୧୯ ପର୍ଯ୍ୟନ୍ତ ଭୁବନେଶ୍ୱରର ସାଂସଦ ଭାବରେ ସେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୯ରେ ଦଳ ତାଙ୍କ ଉପରେ ଟିକେଟ ଦେଇନଥିଲା । ୫ ଥର ଭୁବନେଶ୍ୱରରୁ ବିଜୟ ଟୀକା ପିନ୍ଧିଥିବା ପ୍ରସନ୍ନ ପାଟ୍ଟଶାରୀଙ୍କ ସ୍ଥାନରେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଅରୂପ ମୋହନ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା ।ବିଜେଡିର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦାୟିତ୍ୱ ଗ୍ରହଣ କରିଥିଲେ ପ୍ରସନ୍ନ ପାଟ୍ଟଶାଣୀ । ତେବେ ତାଙ୍କୁ ଦଳ ପକ୍ଷରୁ ରାଜ୍ୟସଭା ପଠାଇବା ପାଇଁ ଦଳ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଦଳ ଏହି ପ୍ରତିଶ୍ରୁତି ନ ରଖିବା ପରେ ବିଜେଡି ଉପରେ ପାଟ୍ଟଶାଣୀଙ୍କ ଅସନ୍ତୋଷ ଭାବ ଦେଖାଯାଇଛି । ଏହାପରେ ୨୦୨୪ରେ ମଧ୍ୟ ତାଙ୍କୁ କୌଣସି ଟିକେଟ ଦେଇନାହିଁ ବିଜେଡି, ଯାହାକୁ ନେଇ ସେ ଅସନ୍ତୁଷ୍ଟ ରହିଛନ୍ତି । ତେଣୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ଉଦ୍ଦେଶ୍ୟରେ ସେ ଦିଲ୍ଲୀ ଗସ୍ତ କରିଥିବା କୁହାଯାଉଛି ।
Trending
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ