ଆଇଟି ଛାତ୍ରଛାତ୍ରୀମାନଙ୍କ ପାଇଁ ଟିସିଏସରୁ ଆସିଛି ବଡ଼ ଖୁସି ଖବର । କମ୍ପାନୀର ସିଓଓ ଏନ୍ ଗଣପତି ସୁବ୍ରମଣ୍ୟମ୍ କହିଛନ୍ତି ଯେ, କମ୍ପାନୀ ଖୁବ ଶୀଘ୍ର FY2024 ପାଇଁ ୪୦,୦୦୦ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଆରମ୍ଭ କରିବାକୁ ଯାଉଛି । ବର୍ତ୍ତମାନ ସମୟରେ ଆଇଟି କ୍ଷେତ୍ରର ଅଧିକାଂଶ କମ୍ପାନୀ ଏହି ପଦବୀ ସମ୍ପର୍କରେ ଏକ ହୋଲ୍ଡ ପୋଜିସନ୍ ଗ୍ରହଣ କରୁଛନ୍ତି । ସେପରି କ୍ଷେତ୍ରରେ ଟିସିଏସର ଏହି ପଦକ୍ଷେପକୁ ବଡ ବିବେଚନା କରାଯାଉଛି । ତେବେ କ୍ୟୁ୪ ଫଳାଫଳ ଆସିବା ପରେ କମ୍ପାନୀ ଏହା ବିଷୟରେ ସୂଚନା ଦେଇଥିଲା ଇନଫୋସିସ୍ ର ଏପର୍ଯ୍ୟନ୍ତ କୌଣସି ପ୍ଲାନ୍ ନାହିଁ :-ଯଦି ଆମେ ଇନଫୋସିସ୍ ବିଷୟରେ କଥା ହେବା, କମ୍ପାନୀର ସିଏଫ୍ ନିଲାଞ୍ଜନ୍ ରାୟ କହିଛନ୍ତି ଯେ ଆମେ ଗତ ବର୍ଷ ୫୦,୦୦୦ ଛାତ୍ରଛାତ୍ରୀଙ୍କୁ ଯୋଡିଥିଲୁ । ତେଣୁ ଚଳିତ ବର୍ଷ ନିଯୁକ୍ତି ପାଇଁ କମ୍ପାନୀର କୌ ଣସି ଯୋଜନା ନାହିଁ । ଏଭଳି ପରିସ୍ଥିତିରେ ଟିସିଏସ୍ ର ଏହି ଡିମାଣ୍ଡ ବହୁତ ବଡ ବୋଲି ବିବେଚନା କରାଯାଉଛି ।ବର୍ତ୍ତମାନ ଟିସିଏସରେ ୬,୧୪,୭୯୫ କର୍ମଚାରୀ ଅଛନ୍ତି :-
ମୋଟ କର୍ମଚାରୀଙ୍କ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ୬,୧୪,୭୯୫ ଲୋକ କମ୍ପାନୀରେ କାମ କରୁଛନ୍ତି । ଏହା ବ୍ୟତୀତ ସିଓଓ ଏନ ଗଣପତି ସୁବ୍ରମଣ୍ୟମ୍ କହିଛନ୍ତି ଯେ, ପ୍ରାୟ ୧୦ ପ୍ରତିଶତ ଅର୍ଥାତ୍ ୬୦,୦୦ ଛାତ୍ରଛାତ୍ରୀ ଟ୍ରେନିଂ ପିରିୟଡ଼ରେ ଅଛନ୍ତି ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post