ଆମ୍ ଆଦମୀ ପାର୍ଟିକୁ ଅଭିଯୁକ୍ତ କରିବାକୁ ସୁପ୍ରିମ୍ କେର୍ଟଙ୍କୁ କହିଲେ ଇଡି ଓ ସିବିଆଇ । ଏନେଇ ସୋମବାର ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି ଏଏସଜି ଏସଭି ରାଜୁ, ଏଜେନ୍ସିଗୁଡ଼ିକ ଆମ୍ ଆଦମୀ ପାର୍ଟିକୁ ଅଭିଯୁକ୍ତ କରିବା ପାଇଁ ବିଚାର କରୁଛନ୍ତି ଏବଂ ଏହାର ତଦନ୍ତ ପାଇଁ ଧାରା ୭୦ ପ୍ରୟୋଗ କରୁଛନ୍ତି ବୋଲି ବୟାନ ଦେବାକୁ ତାଙ୍କର ନିର୍ଦ୍ଦେଶ ରହିଛି । ଆପ୍ କୁ କାହିଁକି ଅଭିଯୁକ୍ତ କରାଗଲା ନାହିଁ ବୋଲି ସୁପ୍ରିମ୍ କୋର୍ଟ ପୂର୍ବରୁ ପ୍ରଶ୍ନ କରିଥିଲେ । ଏହା ପୂର୍ବରୁ ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ସିବିଆଇ ଏବଂ ଇଡିକୁ ପଚାରିଥିଲେ ଯେ ଆପ୍ କୁ କାହିଁକି ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ଅଧୀନରେ ଅଭିଯୁକ୍ତ କରାଗଲା ନାହିଁ । ତେବେ ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ଆମ୍ ଆଦମୀ ପାର୍ଟିର ତିନି ପ୍ରମୁଖ ନେତା ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଏବଂ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଛି ।ମଦ କାରବାରରେ ସୁଧାର ଆଣିବା ପାଇଁ ସରକାର ଖୁଚୁରା ମଦ କାରବାରରେ ନିଜର ସମ୍ପୃକ୍ତି ବନ୍ଦ କରି ଘରୋଇ ଲାଇସେନ୍ସଧାରୀଙ୍କୁ ସହରରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ତେବେ ଘରୋଇ ସଂସ୍ଥା ଗୁଡ଼ିକୁ ସମର୍ଥନ କରି ଏହି ନୀତି ପ୍ରଣୟନ ଓ କାର୍ଯ୍ୟକାରିତାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଜେନ୍ସି ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ସରକାର ଅବକାରୀ ଏବଂ ଭାଟ୍ ମାଧ୍ୟମରେ ୬,୭୬୨ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛନ୍ତି । ମଦ ବିକ୍ରି ଉପରେ ପରବର୍ତ୍ତୀ ସମୟରେ ଦିଲ୍ଲୀ ସରକାର ୨୦୨୧-୨୨ ଅବକାରୀ ନୀତିକୁ ଗ୍ରହଣ ନକରି ପୂର୍ବ ବ୍ୟବସ୍ଥାକୁ ଫେରିଥିଲେ ।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Prev Post
Next Post