ଆଇଟି ଛାତ୍ରଛାତ୍ରୀମାନଙ୍କ ପାଇଁ ଟିସିଏସରୁ ଆସିଛି ବଡ଼ ଖୁସି ଖବର । କମ୍ପାନୀର ସିଓଓ ଏନ୍ ଗଣପତି ସୁବ୍ରମଣ୍ୟମ୍ କହିଛନ୍ତି ଯେ, କମ୍ପାନୀ ଖୁବ ଶୀଘ୍ର FY2024 ପାଇଁ ୪୦,୦୦୦ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଆରମ୍ଭ କରିବାକୁ ଯାଉଛି । ବର୍ତ୍ତମାନ ସମୟରେ ଆଇଟି କ୍ଷେତ୍ରର ଅଧିକାଂଶ କମ୍ପାନୀ ଏହି ପଦବୀ ସମ୍ପର୍କରେ ଏକ ହୋଲ୍ଡ ପୋଜିସନ୍ ଗ୍ରହଣ କରୁଛନ୍ତି । ସେପରି କ୍ଷେତ୍ରରେ ଟିସିଏସର ଏହି ପଦକ୍ଷେପକୁ ବଡ ବିବେଚନା କରାଯାଉଛି । ତେବେ କ୍ୟୁ୪ ଫଳାଫଳ ଆସିବା ପରେ କମ୍ପାନୀ ଏହା ବିଷୟରେ ସୂଚନା ଦେଇଥିଲା ଇନଫୋସିସ୍ ର ଏପର୍ଯ୍ୟନ୍ତ କୌଣସି ପ୍ଲାନ୍ ନାହିଁ :-ଯଦି ଆମେ ଇନଫୋସିସ୍ ବିଷୟରେ କଥା ହେବା, କମ୍ପାନୀର ସିଏଫ୍ ନିଲାଞ୍ଜନ୍ ରାୟ କହିଛନ୍ତି ଯେ ଆମେ ଗତ ବର୍ଷ ୫୦,୦୦୦ ଛାତ୍ରଛାତ୍ରୀଙ୍କୁ ଯୋଡିଥିଲୁ । ତେଣୁ ଚଳିତ ବର୍ଷ ନିଯୁକ୍ତି ପାଇଁ କମ୍ପାନୀର କୌ ଣସି ଯୋଜନା ନାହିଁ । ଏଭଳି ପରିସ୍ଥିତିରେ ଟିସିଏସ୍ ର ଏହି ଡିମାଣ୍ଡ ବହୁତ ବଡ ବୋଲି ବିବେଚନା କରାଯାଉଛି ।ବର୍ତ୍ତମାନ ଟିସିଏସରେ ୬,୧୪,୭୯୫ କର୍ମଚାରୀ ଅଛନ୍ତି :-
ମୋଟ କର୍ମଚାରୀଙ୍କ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ୬,୧୪,୭୯୫ ଲୋକ କମ୍ପାନୀରେ କାମ କରୁଛନ୍ତି । ଏହା ବ୍ୟତୀତ ସିଓଓ ଏନ ଗଣପତି ସୁବ୍ରମଣ୍ୟମ୍ କହିଛନ୍ତି ଯେ, ପ୍ରାୟ ୧୦ ପ୍ରତିଶତ ଅର୍ଥାତ୍ ୬୦,୦୦ ଛାତ୍ରଛାତ୍ରୀ ଟ୍ରେନିଂ ପିରିୟଡ଼ରେ ଅଛନ୍ତି ।
Trending
- ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ
- ପିପିଲି ରେ ପୁଣି ଜଳିଗଲେ ଜଣେ ମହିଳା
- ‘ହର ଘର ତ୍ରିରଙ୍ଗା” ଅଭିଯାନରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ
- ପଞ୍ଚାୟତରେ ବ୍ୟବହାର ହେବ ଏଆଇ ପ୍ରଯୁକ୍ତି
- ୨୪ ଅଙ୍ଗଦାତାଙ୍କୁ ‘ସୂରଜ ପୁରସ୍କାର’
- ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣା : ଅଧିକ ପ୍ରମାଣ ପାଇଛି କ୍ରାଇମ ବ୍ରାଞ୍ଚ
- ସରିଲା କ୍ୟାବିନେଟ୍ ବୈଠକ,୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର
- ଭାରସାମ୍ୟ ହରାଇ ଚାଷ ଜମି କୁ ଓଲଟିଲା ଓଏସ୍ଆର୍ଟିସି ବସ୍ , ୧୫ ଆହତ
- ଶ୍ରୀମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା
- ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
Prev Post