ଦୁଇ ବନ୍ଧୁଙ୍କ ଛୋଟିଆ ପ୍ରୟାସ ଗଢିପରେ ଅନେକ ପିଲାଙ୍କ ଭବିଷ୍ୟତ

ନିରାକରପୁରର ଜଣେ ସଫଳ ଯୁବନେତା ଓ ତାଙ୍କ ବନ୍ଧୁଙ୍କ ଛୋଟିଆ ପ୍ରୟାସ ଗଢିପରେ ଅନେକ ପିଲାଙ୍କ ଭବିଷ୍ୟତ |ନିଜ ଅଞ୍ଚଳ ଯୁବପିଢିଙ୍କ ପାଇଁ କିଛି କରିବାର ଇଚ୍ଛା ଓ ଆଶା ଆଜି ପୂରଣ ହୋଇଛି | ଯୁବନେତା ଦୁର୍ଗାପ୍ରସାଦ ନାଥଶର୍ମା ଓ ତାଙ୍କ ବନ୍ଧୁ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ପ୍ରୟାସ ରେ ନିରାକରପୁର ଅଞ୍ଚଳରେ The R1 academy ନାମକ ଏକ କୋଚିଂ ସେଣ୍ଟର ଗଠନ ହୋଇଛି | ନିଜ ଆଞ୍ଚଳରୁ ପ୍ରତିବର୍ଷ ୧୦୦ରୁ ଉର୍ଦ୍ଧ ପିଲା କିପରି ନିଯୁକ୍ତି ପାଇବେ ତାହା ତାଙ୍କର ମୂଳଲକ୍ଷ ରହିଛି | ସୁଲଭ ଦରରେ ଉତ୍ତମ ଧରଣର ଶିକ୍ଷାଲାଭ କରିପାରିବେ ଅନେକ ଛାତ୍ରଛାତ୍ରୀ |

ମୁଖ୍ୟ ଅତିଥି ଡ.ମୃତ୍ୟୁଞ୍ଜୟ ରଥ ଓ ସୁଧାଂଶୁ ଶେଖର ମହାନ୍ତି The R1 academy ର ଉଦ୍ଘାଟନ କରିଛନ୍ତି  | ସନମାନିତ ଅତିଥିଭାବେ ଡ. ଅବଦୁଲ କଲାମ ଓ ଡ. ରାଜେନ୍ଦ୍ର ପ୍ରସାଦ ରଥ କିପରି ଏହି କୋଚିଂ ସେଣ୍ଟରର ଶିକ୍ଷା ପଦ୍ଧତି ରହିବ ସେ ନେଇ ମାର୍ଗଦର୍ଶନ ଦେଇଛନ୍ତି |

ନିଜ ଅଞ୍ଚଳର ଯୁବପିଢି ମାନଙ୍କ ପାଇଁ ଏହି ଦୁଇବନ୍ଧୁଙ୍କ ପ୍ରୟାସକୁ ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଅନେକ ଶିକ୍ଷାବିତ ଓ ସମସ୍ତ ବରିଷ୍ଠବ୍ୟକ୍ତିବିଶେଷ ମାନେ ସାଧୁବାଦ ଓ ଶୁଭକାମନା ଜଣାଇଛନ୍ତି