କାଉନସିଲ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ୍ସ(ସିଆଇଏସସିଇ) ଦ୍ବାରା ପରିଚାଳିତ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ (ଆଇଏସସି) ଦ୍ବାଦଶ ପରୀକ୍ଷା ଫଳ ରବିବାର ଅପରାହ୍ଣ ୫ଟାରେ ପ୍ରକାଶ ପାଇଛି। ଚଳିତ ବର୍ଷ ଦେଶରେ ମୋଟ ପାସହାର ୯୯.୩୮ ପ୍ରତିଶତ ହୋଇଛି। ଛାତ୍ରଙ୍କୁ ପୁଣି ପଛରେ ପକାଇଛନ୍ତି ଛାତ୍ରୀ। ଛାତ୍ରଙ୍କ ପାସହାର ୯୯.୨୬ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସହାର ୯୯.୫୨ ପ୍ରତିଶତ ରହିଛି। ଟପ୍ପର ତାଲିକାରେ ମୋଟ ୧୮ ଛାତ୍ରଛାତ୍ରୀ ସମାନ ନମ୍ବର ରଖି ରାଙ୍କ ୧ ନଂରେ ସ୍ଥାନ ପାଇଛନ୍ତି। ଗୁରୁଗାଓଁ ସ୍କଟିସ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରୀ ଅନନ୍ଦିତା ମିଶ୍ର ଓ ଏସଏମଟି ସୁଲୋଚନା ଦେବୀ ସିଙ୍ଘାଣିଆ ସ୍କୁଲର ଛାତ୍ରୀ ଉପାସନା ନନ୍ଦିଙ୍କ ପରି ୧୮ ଜଣ ସମାନ ୩୯୯ ନମ୍ବର ରଖି ପ୍ରଥମ ସ୍ଥାନରେ ଅଛନ୍ତି।ଓଡ଼ିଶାରୁ ବ୍ରହ୍ମପୁରସ୍ଥିତ ଡିଇ ପାଉଲ ସ୍କୁଲର ଛାତ୍ରୀ ପ୍ରଜ୍ଞା ମିଶ୍ର ୩୯୭ ନମ୍ବର ରଖି ରାଜ୍ୟରେ ଟପ୍ପର ହୋଇଥିବା ବେଳେ ସେହି ସ୍କୁଲର ଛାତ୍ରୀ ସୌମ୍ୟା ପଟ୍ଟନାୟକ ଓ ରାଉରକେଲାର ଚିନ୍ମୟୀ ବିଦ୍ୟାଳୟ (ଇ.ଏମ) ଛାତ୍ର ଲଲିଟେନ୍ଦୁ ଜଗଜ୍ୟୋତି ମିଶ୍ର ୩୯୫ ନମ୍ବର ଲେଖାଏଁ ରଖି ଦ୍ବିତୀୟ ସ୍ଥାନରେ ଅଛନ୍ତି।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା