ଅସହ୍ୟ ଗରମ ଯୋଗୁଁ ସକାଳୁଆ ପାଠପଢ଼ା ସହ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ଖରା ତାତି ଅସହ୍ୟ ହେଉଥିବାରୁ ଏହା ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ପ୍ରଭାବିତ କରୁଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସକାଳୁଆ ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନେଇଛି। ଏନେଇ ବିଭାଗ ପକ୍ଷରୁ ଏକ ଏସ୍‌ଓପି ଜାରି କରାଯାଇଛି। ଏଥିସହ ବିଶ୍ୱବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ଆବଶ୍ୟକ ପଦକ୍ଷପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରୀଷ୍ମ ପ୍ରବାହ ପାଇଁ ସକାଳୁଆ ପାଠପଢ଼ା ସହ ପରୀକ୍ଷା କରିବାକୁ ସେଥିରେ ଉଲ୍ଲେଖ କରାଯାଇଛି। ସେହିଭଳି ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ପ୍ରଚୁର ପରିମାଣର ପାନୀୟ ଜଳ ଓ ଓଆର୍‌ଏସ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ୟାମ୍ପସରେ ଥିବା ସମସ୍ତ ନଳକୂପ ଓ ପାଣି ପାଇପ୍‌ଗୁଡିକୁ ସଜାଡିବାକୁ ପରାମର୍ଶ ଦିଆଯାଇଛି।