ଆଜିଠୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ନିଟ୍ ଓ ଜେଇଇ ପାଇଁ ଅନଲାଇନ କୋଚିଂ
ଭୁବନେଶ୍ୱର : ଆଜିଠୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ନିଟ୍ ଓ ଜେଇଇ ପାଇଁ ଅନଲାଇନ କୋଚିଂ । ନିଟ୍ ଓ ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆଜିଠାରୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ଅନଲାଇନ କୋଚିଂ। ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ଦୁଇଟି ସିଟିଂରେ କୋଚିଂ ଦିଆଯିବ । ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ ପାଇ ପାରିବେ ରେଗୁଲାର କୋଚିଂ। ସକାଳ ୮ଟା ୩୦ରୁ ୧୦ ଯାଏଁ ନିଟ୍ ଏବଂ ଅପରାହ୍ମ ୨ଟା ୩୦ରୁ ୩ଟା ୩୦ ଯାଏଁ ଜେଇଇ କୋଚିଂ ଦିଆଯିବ।