ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ରେଜଲ୍ଟ ,ଚଳିତବର୍ଷ ରେଜଲ୍ଟ ହାର ୮୫.୨୦%
ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ରେଜଲ୍ଟ । cbse.gov.in କିମ୍ବା results.cbse.nic.in ଯାଇ ଚେକ୍ କରିପାରିବେ ଛାତ୍ରଛାତ୍ରୀ । ଡିଜି ଲକର୍ ଏବଂ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ପ୍ରକାଶିତ । ଏସବୁ ୱେବସାଇଟରେ ନିଜର ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।
ଚଳିତବର୍ଷ ରେଜଲ୍ଟ ହାର ୮୫.୨୦% । ଗତବର୍ଷ ତୁଳନାରେ ପରୀକ୍ଷା ପାସ୍ ହାର ୩.୧୯% କମ୍ । ଗତବର୍ଷ ପାସ୍ ହାର ୮୮.୯୩% ରହିଥିଲା । ଚଳିତବର୍ଷ ୧୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିଲେ । ଏଥିରେ ପ୍ରାୟ ୧୬.୮ ଲକ୍ଷ ଛାତ୍ର ପରୀକ୍ଷା ଦେଇଛନ୍ତି । ପରୀକ୍ଷାରେ ପ୍ରାୟ ୧୫ ଲକ୍ଷ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।
ଚଳିତବର୍ଷ ମଧ୍ୟ ଝିଅମାନେ ଆଗରେ ରହିଛନ୍ତି । ଛାତ୍ରୀ ପାସ୍ ହାର ୮୮.୮୬% ରହିଛି । ସେହିପରି ଛାତ୍ର ପାସ୍ ହାର ୮୨.୧୩% ରହିଛି । ଛାତ୍ରଛାତ୍ରୀମାନେ ଏସବୁ ୱେବସାଇଟକୁ ଯାଇ ନିଜର ରେଜଲ୍ଟ ଚେକ୍ କରିପାରିବେ ।
କେମିତି କରିବେ ଡାଉନଲୋଡ୍ :
ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ଏହାପରେ ୧୨ଶ ସ୍କୋରକାର୍ଡ ପିଡିଏଫରେ ଲିଙ୍କରେ କ୍ଲିକ୍ କରନ୍ତୁ ।
ଲଗଇନ କରି ରେଜିଷ୍ଟ୍ରେସନ ନମ୍ବର, ରୋଲ ନମ୍ବର ଏବଂ ଜନ୍ମ ତିଥି ଦିଅନ୍ତୁ ।
ଏହାପରେ ନିଜ ସ୍କୋରକାର୍ଡର ପିଡିଏଫକୁ ଡାଉନଲୋଡ କରି ସେଭ୍ କରନ୍ତୁ ।