ଦଶମ ପରୀକ୍ଷାକୁ ନେଇ ସିବିଏସ୍‌ଇର ବଡ଼ ନିଷ୍ପତ୍ତି,୨୦୨୬ରୁ ଦୁଇଟି ପର୍ଯ୍ୟାୟରେ ହେବ ବୋର୍ଡ ପରୀକ୍ଷା

ଦଶମ ପରୀକ୍ଷାକୁ ନେଇ ସିବିଏସ୍‌ଇର ବଡ଼ ନିଷ୍ପତ୍ତି । ୨୦୨୬ରୁ ଦୁଇଟି ପର୍ଯ୍ୟାୟରେ ହେବ ବୋର୍ଡ ପରୀକ୍ଷା । ସିବିଏସ୍‌ଇ ବୋର୍ଡ ମାନଦଣ୍ଡକୁ ଦେଲା ମଞ୍ଜୁରି , ବର୍ଷକୁ ଦୁଇ ଥର ହେବ ସିବିଏସ୍‌ଇ ଦଶମ ପରୀକ୍ଷା । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବ୍ରୁଆରିରେ ହେବ । ଏହା ପରେ ମେ’ ମାସରେ ହେବ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା । ପିଲାଙ୍କ ମୁଣ୍ଡରୁ ପରୀକ୍ଷା ଚାପ ହ୍ରାସ କରିବାକୁ ବୋର୍ଡ ଏହି ପଦକ୍ଷେପ ନେଇଛି । ପ୍ରଥମ ପର୍ଯ୍ୟୟ ପରୀକ୍ଷା ଦେବା ଅନିବାର୍ଯ୍ୟ । ମାର୍କ କମ୍‌ ରହିଲେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ସୁଧାରି ପାରିବେ । ଯେଉଁ ପରୀକ୍ଷାରେ ଅଧିକ ମାର୍କ ରହିବ ତାକୁ ଗ୍ରହଣ କରାଯିବ ।

Leave a comment